www.samajalive.in
Friday, December 12, 2025
16.1 C
Bhubaneswar

ମନରେଗା ପାଇଁ ଆଉ ଅତିରିକ୍ତ ୪୦ହଜାର କୋଟି ଟଙ୍କାର ପାଣ୍ଠି

ନୂଆଦିଲ୍ଲୀ :  କୋଭିଡ୍‍-୧୯ ମହାମାରୀ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଆଉ ଅତିରିକ୍ତ ୪୦ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଛି।
ଏହି ଅର୍ଥ ଗ୍ରାମପଞ୍ଚାୟତ ଗୁଡିକରେ ପହଞ୍ଚିବା ସହ ଗ୍ରାମ୍ୟସ୍ତରର ବିକାଶ କାର୍ଯ୍ୟରେ ଫଳପ୍ରଦ ଭାବେ ବିନିଯୋଗ ହେବାକୁ ସୁନିଶ୍ଚିତ କରିବା ପାଇଁ
କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରାଜ୍ୟ ସରକାରଗୁଡିକୁ ପରାମର୍ଶ ଦେଇଛନ୍ତି। ଗ୍ରାମାଞ୍ଚଳ ବିକାଶ
କାର୍ଯ୍ୟକ୍ରମର ସୁଦୃଢୀକରଣ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସି ଯୋଗେ ଉଦ୍‍ଘାଟନ କରି ଶ୍ରୀ ତୋମାର ଗ୍ରାମାଞ୍ଚଳ ବିକାଶ
କାର୍ଯ୍ୟକ୍ରମ ଗୁଡିକର କାର୍ଯ୍ୟାନ୍ୱୟନରେ ପାରଦର୍ଶୀତା ସୁନିଶ୍ଚିତ କରିବା ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ପାରିଶ୍ରମିକ ଓ
ଆତ୍ମନିଯୁକ୍ତି ପ୍ରଦାନ, ଗ୍ରାମୀଣ ଆବାସ, ସଡକ ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା ଆଦି ମାଧ୍ୟମରେ ଜୀବିକା ନିର୍ବାହ ସୁଯୋଗ ବୃଦ୍ଧି ସକାଶେ ତାଙ୍କ
ମନ୍ତ୍ରଣାଳୟ ଏକ ବହୁମୁଖୀ ରଣନୀତି ବିକଶିତ କରିଛି ବୋଲି ତୋମାର କହିଛନ୍ତି। ୨୦୨୦-୨୧ ବଜେଟ ଆକଳନରେ ଏଥିପାଇଁ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ଅର୍ଥ ବରାଦ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories