www.samajalive.in
Sunday, December 14, 2025
26.1 C
Bhubaneswar

ତ୍ୱଚା ପାଇଁ ବ୍ୟବହାର କରନ୍ତୁ କମଳା ଚୋପା ଫେସ ପ୍ୟାକ

ଯୁବକ ହୁଅନ୍ତୁ ଅଥବା ଯୁବତୀ ସମସ୍ତେ ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ଦାମୀ କ୍ରିମର ବ୍ୟବହାର କରିଥାଆନ୍ତି। କ୍ରିମ ବ୍ୟତୀତ ବହୁ ପ୍ରାକୃତିକ ଦ୍ରବ୍ୟ ରହିଛି, ଯାହାର ବ୍ୟବହାର କରିବା ଦ୍ୱାରା ତ୍ୱଚାର ସୁନ୍ଦରତା ଦ୍ୱିଗୁଣିତ ହୋଇଯାଏ। ସୁନ୍ଦର ଓ ଚମକପ୍ରଦ ତ୍ୱଚା ସଭିଁଙ୍କୁ ବେଶ ପସନ୍ଦ। ସେଭଳି ଏକ ଦ୍ରବ୍ୟ ହେଉଛି କମଳା ଚୋପାର ଫେସ ପ୍ୟାକ୍‍ …..
– ପ୍ରଥମେ କମଳାର ଚୋପାକୁ ଭଲ ଭାବେ ଖରାରେ ଶୁଖାଇ ଦିଅନ୍ତୁ। ଭଲ ଭାବେ ଶୁଖାଇବା ପରେ ଏହାକୁ ପେଷି ଦିଅନ୍ତୁ।
ପେଷିବା ପରେ ଏହି କମଳା ଚୋପା ଗୁଣ୍ଡରେ ହଳଦୀ ଗୁଣ୍ଡ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ।
– ଭଲ ଭାବେ ମିଶାଇବା ପରେ ଏଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
– ଏହି ପେଷ୍ଟକୁ ମୁହଁରେ ଲଗାଇ କିଛି ସମୟ ରଖି ଦିଅନ୍ତୁ। ଶୁଖିବା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ।
– ସପ୍ତାହକୁ ଥରେ ଏହାକୁ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।
– କମଳା ଖାଇବାକୁ ଯେପରି ସୁଆଦିଆ ଓ ସ୍ୱାସ୍ଥ୍ୟ ପାଇଁ ହିତକାରକ, ସେଭଳି ଏହାର ଚୋପାର ଫେସ ପ୍ୟାକ ମଧ୍ୟ ତ୍ୱଚା ପାଇଁ ଖୁବ ଉପକାରୀ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories