www.samajalive.in
Sunday, December 7, 2025
26.1 C
Bhubaneswar

ଭାଲୁ କାମୁଡାରେ ବୃଦ୍ଧ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଶଙ୍କୁଲେଇ ପଞ୍ଚାୟତ ବିଶିପାଲ୍ଲୀ ଗ୍ରାମର ଘାସିରାମ କର୍ମୀ(୬୫) ନାମକ ଜଣେ ବୃଦ୍ଧ ରବିବାର ସକାଳେ ଦୁଇଟି ଜଙ୍ଗଲୀ ଭାଲୁ କାମୁଡାରେ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଗାଡି ଗାଁକୁ ପହଞ୍ଚି ପାରି ନ ଥିଲା । ଯାହାଫଳରେ ଗୁରୁତର ଘାସିରାମକୁ ଗ୍ରାମର ସମାଜସେବୀମାନେ ଏକ ଖଟିଆରେ ବୋହି ୩ କିମି ଚାଲି ଚାଲି ଅଟକି ରହିଥିବା ଆମ୍ବୁଲାନ୍ସ ନିକଟକୁ ନେଇଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳେ ବିଶିପାଲ୍ଲୀ ଗ୍ରାମର ଘାସିରାମ କର୍ମୀ ତାଙ୍କ ଘର ପଛ ପଟ ବିଲକୁ ସୌଚ ପାଇଁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ଉହାଡରୁ ଦୁଇଟି ଜଙ୍ଗଲୀଭାଲୁଙ୍କ ହାବୁଡରେ ପଡ଼ି ସେ ଆକ୍ରମଣର ଶୀକାର ହୋଇଥିଲେ। ଭାଲୁ ଆକ୍ରମଣରେ ତାଙ୍କ ଡାହାଣ ଜଘଂ ସହିତ ପଛ ପିଚାକୁ କ୍ଷତାକ୍ତ କରିପକାଇଥିଲେ। ପରିବାରଲୋକେ ଘାସିରାମକୁ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲକୁ ନେବା ପାଇଁ ଆମ୍ବୁଲାନ୍ସ ଡକାଇଥିଲେ।ରାସ୍ତା ଖରାପ ଯୋଗୁଁ ଠାକୁରମୁଣ୍ଡାରୁ ଗାଡି ଆଗକୁ ଆସିପାରିନଥିଲା। ଫଳରେ ଗୁରୁତର ଘାସିରାମଙ୍କୁ ଖଟରେ ବୁହା ହୋଇ ଆମ୍ବୁଲାନ୍ସ ପାଖରେ ପଂହଚାଯାଇଥିବା ଭଳି ଆଉ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ହରଭଙ୍ଗା ମେଡିକାଲ ପଂହଚାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଡାକ୍ତର ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ପଠାଇଥିବା ଜଣାପଡ଼ିଛି। ତୁରନ୍ତ ଗୁରୁତର ଘାସିରାମକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇବାକୁ ସମାଜସେବୀ ସରୋଜ ମହାକୁଡ ଦାବି କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories