www.samajalive.in
Wednesday, December 10, 2025
26.1 C
Bhubaneswar

ନିଆଁ ଲଗାଇ ଦୁର୍ବୃତ୍ତ ଫେରାର, ଜଳିଗଲା ତିନି ବଖରା ଘର

ଗଡ଼ମଧୁପୁର : ଜେଜେ ଜେଜେ କହି ଘର ବାହାରକୁ ଡାକିଲେ। ବାହାରକୁ ଆସିବାରୁ ନିସ୍ତୁକ ମାଡ। ମାଡ ଖାଇ ଥାନାରେ ଆଇନର ଆଶ୍ରୟ ନେଲେ ବୃଦ୍ଧ। ଏହା ଜାଣି ଦୁର୍ବୃତ୍ତ ରାତି ଅଧାରେ ଆସି ବାହାର ପଟୁ ଶିକୁଳି ଦେଇ ଘରେ ନିଆଁ ଲଗାଇ ଦେଇ ପଳାଇଗଲା। ପଡିଶାଘର ସ୍ତ୍ରୀ ଲୋକେ ବାହାରକୁ ଉଠି ଘରେ ନିଆଁ ଲାଗିଥିବା ଦେଖି ଶିକୁଳି ଖୋଲି ବୃଦ୍ଧଙ୍କୁ ବାହାରକୁ ଆଣିଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଜେନାପୁର ଥାନା ଅନ୍ତର୍ଗତ ଷ୍ଟେସନ ପାଖ ଗାଁରେ।

ଶୁକ୍ରବାର ସେହି ଗ୍ରାମର ପ୍ରମୋଦ ବେହେରା ରାତି ୮ଟା ସମୟରେ ଘରେ ଶୋଇଥିବା ବେଳେ ପାଖ ଗାଁ ପଣସ ପଡିଆର ବଳରାମ ପରିଡା ତାଙ୍କୁ ଜେଜେ ଜେଜେ କହି ବାହାରକୁ ଡାକି ନିସ୍ତୁକ ପିଟିଲା ପରେ ଚାଲିଯାଇଥିଲା। ପ୍ରମୋଦ ଏ ନେଇ ଜେନାପୁର ଥାନାର ଦ୍ୱାରସ୍ତ ହୋଇ ନ୍ୟାୟ ଭିକ୍ଷା କରିବାରୁ ବିଳମ୍ବିତ ରାତିରେ ବଳରାମ ପ୍ରତିଶୋଧ ପରାୟଣ ହୋଇ ପ୍ରମୋଦ ଶୋଇଥିବା ଅବସ୍ତାରେ ଘରର ଶିକୁଳି ବାହାର ପଟୁ ଦେଇ ଘରେ ନିଆଁ ଲଗାଇ ଦେଇଥିଲା। ପଡିଶା ଘରର ସ୍ତ୍ରୀ ଲୋକ ବାହରକୁ ଉଠି ନିଆଁ ଲାଗିଥିବା ଦେଖି ଡାକ ଛାଡିବା ସହିତ ଶିକୁଳି ଖୋଲି ବୃଦ୍ଧକୁ ବାହାରକୁ ଆଣିଥିଲେ। ଚାହୁଁ ଚାହୁଁ ନିଆଁ ବ୍ୟାପିବାରୁ ପ୍ରମୋଦଙ୍କ ଘର ପୋଡିବା ସହିତ ପଡିଶା ନୀଳମଣୀ ବେହେରା, ପଙ୍କଜ ବେହେରାଙ୍କ ଘର ପୋଡିଯାଇଥିଲା। ଦମକଳ ଆସି ନିଆଁ ଲିଭାଇଲା ବେଳକୁ ଘର ପୋଡି ପାଉଁଶ ହୋଇଯାଇଥିଲା। ଜେନାପୁର ପୁଲିସ ଘଟଣାର ଯାଞ୍ଜ କରୁଥିବା ବେଳେ ଶନିବାର  ୧୨ ନଂ ଜୋନର ଜିଲାପରିଷଦ ସଭ୍ୟା ପ୍ରଣତୀ ଲେଙ୍କା, ଜେନାପୁର ବିଜୁ ଜନତା ଦଳର ସଭାପତି ଦିଲିପ ବରାଳ ଘରପୋଡି ସ୍ଥଳ ଦେଖିବା ସହିତ ଅସହାୟଙ୍କୁ ସାନ୍ତ୍ୱନା ଦେଇଥିବା ଜଣାଯାଇଛି। ଅଭିଯୁକ୍ତକୁ ଉଚିତ ଦଣ୍ଡ ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories