www.samajalive.in
Thursday, December 11, 2025
18.1 C
Bhubaneswar

ବାରଙ୍ଗ ବ୍ଲକରେ ଅଭାବନୀୟ ଘଟଣା , ସାପ କାମୁଡାରେ ୨ ମୃତ

ଫୁଲନଖରା : ଭୁବନେଶ୍ବରସ୍ଥିତ ବାରଙ୍ଗ ବ୍ଲକରେ ଶନିବାର ଅଭାବନୀୟ ଘଟଣା ଘଟିଛି । ସାପ କାମୁଡାରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।  ବାରଙ୍ଗ ବ୍ଲକ ଉଷୁମା ପଞ୍ଚାୟତ ଅନ୍ତର୍ଗତ ମୂଳକୋଦିଣ୍ଡା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ବୁଲୁ ମଲିକଙ୍କ (୩୦) ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱର ଉନ୍ନୟନ ନିଗମରେ କାର୍ଯ୍ୟ କରୁଥିବା ବାରଙ୍ଗ ବ୍ଲକ ଖଲର୍ଦ୍ଦା ଗ୍ରାମର ନିରଞ୍ଜନ ରାଉତରାୟ (୪୨) ଙ୍କର ମଧ୍ୟ ସାପକାମୁଡାରେ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ବୁଲୁ ନିଜ ବିଲରୁ କାମ ସାରି ଘରକୁ ଫେରୁଥିବାବେଳେ ସାପ କାମୁଡ଼ି ଦେଇଥିଲା । ଘଟଣା ସ୍ଥଳରୁ ତାଙ୍କୁ ସଙ୍ଗେସଙ୍ଗେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।  ପୂର୍ବରୁ ବୁଲୁ ମଲିକଙ୍କ ଦୁଇ ଭାଇ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲାବେଳେ ବୃଦ୍ଧ ବାପା ପକ୍ଷାଘାତ ରୋଗରେ ଆକ୍ରାନ୍ତ । ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

- Advertisement -

ସେହିପରି ଭୁବନେଶ୍ୱର ଉନ୍ନୟନ ନିଗମରେ କାର୍ଯ୍ୟ କରୁଥିବା ବାରଙ୍ଗ ବ୍ଲକ ଖଲର୍ଦ୍ଦା ଗ୍ରାମର ନିରଞ୍ଜନ ରାଉତରାୟ ନିଜ ରୋଷେଇ ଘର ସଫା କରୁଥିଲାବେଳେ ଶନିବାର ସକାଳ ସମୟରେ ଏକ ବିଷଧର ନାଗ ସାପ ତାଙ୍କୁ କାମୁଡ଼ିଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ଏକ ଘରୋଇ ଡାକ୍ତରଖାନା ଓ ପରେ କଟକ ଏସସିବିକୁ ଚିକିତ୍ସା ପାଇଁ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କଟକ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଖଲର୍ଦ୍ଦାକୁ ଯାଇ ଘର ମଧ୍ୟରେ ଥିବା ସାପକୁ ଉଦ୍ଧା କରି ଜଙ୍ଗଲରେ ଛାଡ଼ିଥିଲେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories