www.samajalive.in
Saturday, December 13, 2025
18.1 C
Bhubaneswar

ବ୍ରିଜ୍‌ ନିକଟରୁ ମିଳିଲା ବିଜେପିଙ୍କ କର୍ମୀ ମୃତଦେହ, ଘଟଣାର ସାଇଣ୍ଟିଫିକ୍‌ ଦଦନ୍ତ ଦାବି

ବ୍ରିଜ୍‌ ନିକଟରୁ ମିଳିଲା ବିଜେପି କର୍ମୀଙ୍କ ମୃତଦେହ, ଘଟଣାର ସାଇଣ୍ଟିଫିକ୍‌ ଦଦନ୍ତ ଦାବି
ବୌଦ୍ଧ/ ମନମୁଣ୍ଡା : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ ଲଣ୍ଡାବାହଲି ବ୍ରିଜ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ଶୁକ୍ରବାର ସକାଳୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳ ଲୋକେ ସେହି ଯୁବକଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ମୃତ ଯୁବକ ଜଣକ ଖମନମୁଣ୍ଡା ପଞ୍ଚାୟତର ସିଆଲ ଝୁଲି ଗାଁର ଲୋକନାଥ ପ୍ରଧାନ(୩୪) ବୋଲି ଜଣାପଡିଥିଲା। ଲୋକନାଥ ପ୍ରଧାନ ବିଜେପିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ତେଣୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ରେ ଜଣେ ବିଜେପି କର୍ମୀଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଘଟଣା ବିଜୁଳି ବେଗରେ ଚାରିଆଡେ ବ୍ୟାପୀ ଯାଇଥିଲା। ରାଜନୈତିକ ଶତ୍ରୁତାରୁ ଲୋକନାଥଙ୍କୁ ହତ୍ୟା କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଲୋକନାଥଙ୍କ ହତ୍ୟା ଘଟଣା ଉନ୍ମୋଚନ କରିବାକୁ ସାଇଣ୍ଟିଫିକ ଟିମ ଡକାଯାଇ ଏହାର ତଦନ୍ତ ଆରମ୍ଭ କରିବାକୁ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଏସପିଙ୍କ ନିକଟରେ ନିବେଦନ ଦାବି ଜଣାଯାଇଛି।
ଲୋକନାଥ ପ୍ରଧାନ ଗତକାଲି ରାତିଠାରୁ ନିଖୋଜ ଥିଲେ ଏବଂ ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଲୋକନାଥଙ୍କୁ କେହି ଗଳାକାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କର ବେଗରରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବୌଦ୍ଧ ଜିଲା କଣ୍ଟାମାଳ ଥାନା ଆମ୍ବଗାଁ ନିକଟ ନାଳ ପାଖରୁ ଖମନମୁଣ୍ଡା ପଞ୍ଚାୟତ ସିଆଲଝୁଲିର ବିଜେପି କର୍ମୀ ଲୋକନାଥ ପ୍ରଧାନଙ୍କ କ୍ଷତାକ୍ତ ମୃତଦେହ ପୁଲିସ ଉଦ୍ଧାର କରିଛି। ଲୋକନାଥଙ୍କ ବେକ ଓ ହାତରେ ଧାରୁଆ ଅସ୍ତ୍ରରେ ହଣାଯାଇଛି। ଏହା ଏକ ସୁପରିକଳ୍ପିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି।
ଲୋକନାଥ ରାତି ପ୍ରାୟ ୯ଟାରେ ଏକ ଫୋନ୍‌ କଲ୍‌ ପାଇ ବାଇକ୍‌ ଧରି ଘରୁ ଯାଇଥିବା ବେଳେ ବିଳମ୍ବିତ ରାତି ପର୍ୟ୍ୟନ୍ତ ଫେରି ନଥିଲେ। ତାଙ୍କ ପତ୍ନୀ ଫୋନ୍‌ରେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସକାଳେ ଖୋଜାଖୋଜି କରିବାରୁ ଲୋକନାଥଙ୍କ ମୃତଦେହ ନାଳ ପାଖରୁ ମିଳିଥିଲା। ଲୋକନାଥଙ୍କ ବାଇକ୍‌ ଘଟଣାସ୍ଥଳଠାରୁ ପ୍ରାୟ ୨ କିଲୋମିଟର ଦୂରରେ ରହିଥିଲା। ଚପଲ ପ୍ରାୟ ୫୦ ମିଟର ଦୂରରେ ଏବଂ ମୋବାଇଲ୍‌ ମୃତଦେହ ପାଖରେ ପଡ଼ିଥିଲା। ହତ୍ୟା ପୂର୍ବରୁ ଧସ୍ତାଧସ୍ତି ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜାଣିବାକୁ ମିଳୁଛି। ତେବେ ​‌ଲୋକନାଥଙ୍କର କାହା ସହିତ କିଛି ଶତ୍ରୁତା ନଥିଲା ବୋଲି ପରିବାର ଲୋକେ କହିଛନ୍ତି। ଏହି ହତ୍ୟାକାଣ୍ଡ ରାଜନୈତିକ କାରଣରୁ ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି। ଫୋନ୍‌ କଲ୍‌ ଟ୍ରାକିଂରୁ ହତ୍ୟାକାଣ୍ଡର ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
ଲୋକନାଥଙ୍କ ମାଆ ନାହାନ୍ତି, ବାପା ବୃଦ୍ଧ ଓ ରୋଗାକ୍ରାନ୍ତ। ତାଙ୍କର ପତ୍ନୀ ଓ ଦୁଇ ପୁଅ (୩ ଓ ୫ ବର୍ଷ) ଅଛନ୍ତି।​‌ ଲୋକନାଥ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି। ତାଙ୍କ ମୃତ୍ୟୁରେ ବିଜେପି କର୍ମୀ ମହଲ ଓ ଜଣାଶୁଣା ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories