www.samajalive.in
Saturday, December 6, 2025
23.1 C
Bhubaneswar

ପଞ୍ଜୁରୀ ଭିତରୁ ସାଢେ ୩ ଫୁଟ ଲମ୍ବର ନାଗ ସାପ ଉଦ୍ଧାର

ବାଙ୍କୀ : କଟକ ବାଙ୍କୀର ରଗଡି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଏକ ନାଗ ସାପ ଉଦ୍ଧାର ହୋଇଥିବା ଶୁକ୍ରବାର ଜଣାପଡ଼ିଛି।ତାଙ୍କ ନାମ ସତ୍ୟରଞ୍ଜନ ମହାପାତ୍ର। ଗତକାଲି ବିଳମ୍ବିତ ରାତିରେ ସତ୍ୟରଞ୍ଜନଙ୍କ ପୋଷା ଚଢେଇ ମାନଙ୍କ ବିକଳ ଶବ୍ଦ ଶୁଣି ପଞ୍ଜୁରୀ ଭିତରେ ଏକ ନାଗ ସାପ ଦେଖିବାକୁ ପାଇଲେ । ଭୟଭୀତ ହୋଇ ସାପଟିକୁ ବାହାର କରିବାକୁ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗା ମାଧବ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।
ଘଟଣାକ୍ରମେ ,ଗତକାଲି ସନ୍ଧ୍ୟା ବେଳେ ସତ୍ୟ ବାବୁଙ୍କ ପଞ୍ଜୁରୀ ଭିତରେ ନାଗ ପଶି ତିନୋଟି ବଜରିଗର ଚଢେଇଙ୍କୁ ଖାଇଥିଲା । ତାପରେ ବସା ଭିତରେ ଅଣ୍ଡାକୁ ଖାଇବା ପାଇଁ ଉଦ୍ୟମ କରିଥିଲା, ଏହା ଦେଖି ଅନ୍ୟ ତିନୋଟି ଚଢେଇ ସାପକୁ ଘେରି ଯାଇଥିଲେ, କିଛି ଏହି ପରି ଛକାପଞ୍ଝା ଲାଗି ରହିଥିଲା । ମା ଚଢେଇ ମାନଙ୍କ ଆକ୍ରମଣରେ ଫେରିବା ବାଟ ନପାଇ ସାପଟି ବାଧ୍ୟ ହୋଇ ଗିଳିଥିବା ଚଢ଼େଇଙ୍କୁ ବାନ୍ତି କରିଥିଲା ।
ତଥାପି ମା ଚଢେଇ ମାନେ ଆକ୍ରମଣ କରିବା ଜାରି ରଖିଥିଲେ ଏବଂ ସାପଟି ନିଜକୁ ରକ୍ଷା କରିବାକୁ ଯାଇ ଅଣ୍ଡା ଦେଇଥିବା ମାଟି ପାତ୍ର ଭିତରେ ପଶି ଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ହୁକ ଦ୍ୱାରା ସାପଟିକୁ ଟାଣିବା ପାଇଁ ଚେଷ୍ଟା କଲା ବେଳେ ନାଗଟି ଯେତେବେଳେ ତା ମୁଣ୍ଡ କୁ ମାଟି ପାତ୍ର ବାହାରକୁ ଆଣୁଥିଲା, ମା ଚଢେଇମାନେ ବାରମ୍ବାର ସାପ ମୁଣ୍ଡକୁ ନିଜ ଥଣ୍ଟ ଦ୍ୱାରା ଖୁମ୍ପି ପକାଉଥିଲେ। ଯାହା ଫଳରେ ସାପଟି ଆଉ ବସା ଭିତରୁ ଆଦୌ ବାହାରି ନଥିଲା । ବାଧ୍ୟ ହୋଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସତର୍କତା ସହିତ ପଞ୍ଜୁରି ଭିତରେ ହାତ ଭର୍ତ୍ତି କରି ପ୍ରଥମେ ଚଢେଇ ତିନୋଟି ସୁରକ୍ଷିତ ଭାବରେ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ମା ଚଢେଇ ୩ ଟି କୁ ପଞ୍ଜୁରୀରୁ ବାହାର କରି ସାରିବା ପରେ ସାପଟି ଆପେ ଆପେ ବସା ଭିତରୁ ବାହାରି ଆସିଥିଲା । ତାପରେ ପଞ୍ଜୁରୀ ଭିତରୁ ସାପ ସହ ଅନ୍ୟ ତିନୋଟି ମୃତ ଚଢେଇକୁ ଉଦ୍ଧାର କରାଯାଇଥିଲା । ସାପଟିକୁ ଗାଁ ଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୁତିକ ଆବାସ ସ୍ଥଳୀରେରେ ଛାଡି ଦିଆଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି। ପଞ୍ଜୁରିଟିର ତଳ ଭାଗରେ କଳଙ୍କି ଲାଗି ଏକ ବଡ଼ କଣା ସୃଷ୍ଟି ହେଇଥିଲା । ତେଣୁ ସେହି ଫାଙ୍କ ରାସ୍ତା ଦେଇ ସାଢେ ୩ ଫୁଟ ଲମ୍ବର ନାଗ ସାପଟି ପଞ୍ଜୁରି ଭିତରେ ପଶିଥିଲା ବୋଲି ସ୍ନେକ ହେଲ୍ପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା ପ୍ରକାଶ କରିଛନ୍ତି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories