www.samajalive.in
Sunday, December 14, 2025
19.1 C
Bhubaneswar

ଅସହ୍ୟ ଜନନୀ ଯନ୍ତ୍ରଣା : ହାଣ୍ଡିରେ ବସି ନଦୀ ପାର, ୧୫ କି.ମି ପରେ ଡାକ୍ତରଖାନା……

ରାୟପୁର : ଛତିଶଗଡର ବିଜାପୁରରେ ଜନନୀ ଯନ୍ତ୍ରଣାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଗୋର୍ଲା ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ପରିବାର ଲେକେ ଏକ ବଡ଼ ହାଣ୍ଡିରେ ବସାଇ ନଦୀ ପାର କରାଇଥିଲେ । ପୁଣି ୧୫କି.ମି ଯିବା ପରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ ମହିଳା ଜଣକ ନଦୀ ପାର ହେବାପରେ ମଧ୍ୟ ତାଙ୍କର କଷ୍ଟ ଶେଷ ହୋଇ ନ ଥିଲା। ସେହି ଅଞ୍ଚଳରେ କୌଣସି ଭଲ ରାସ୍ତା କିମ୍ବା ପୋଲ ନ ଥିଲା। ତେଣୁ ବହୁ କଷ୍ଟରେ ତାଙ୍କୁ ପୁଣି ୧୫ କିଲୋମିଟର ଦୂରରେ ଅବସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି। ତେବେ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ମହିଳାଙ୍କ ଭଉଣୀ ଅଭିଯୋଗ କରିଛନ୍ତି।
ସଂମ୍ପୃକ୍ତ ମହିଳାଙ୍କ ଭଉଣୀ କହିଛନ୍ତି, ’ଆମେ ତାଙ୍କୁ ବହୁ କଷ୍ଟରେ ନଦୀ ପାର କରି ୧୫ କିଲୋମିଟର ପର୍ୟ୍ୟନ୍ତ ନେଇ ଆସିଲୁ। ସେ ପ୍ରସବ ବେଦନାରେ ଛଟପଟ ହେଉଥିଲେ, କିନ୍ତୁ ଡାକ୍ତର ଏବଂ ନର୍ସ କହିଲେ ଯେ ଏପର୍ୟ୍ୟନ୍ତ ସମୟ ହୋଇ ନାହିଁ। ପରେ ତାଙ୍କ ସିଫ୍ଟ ସରିଗଲା ଓ ଚାଲିଗଲେ। ପରବର୍ତ୍ତୀ ସିଫ୍ଟରେ ଅନେକ ଘଣ୍ଟା ପରେ ଡାକ୍ତର ଆସିଲେ। ଏହା ପରେ ମହିଳା ଜଣକ ଏକ ସନ୍ତାନ ଜନ୍ମ ଦେଇଥିଲେ।
ଏଥି ସହ ଛତିଶଗଡର ଭୋପାଳପାଟନମର ବ୍ଲକ ମେଡିକାଲ ଅଫିସର (ବିଏମଓ) ଅଜୟ ରାମଟେକେ କହିଛନ୍ତି ଯେ ଆମେ ଡାକ୍ତର ଏବଂ ନର୍ସମାନଙ୍କୁ ନୋଟିସ ଜାରି କରିଛୁ। ଡାକ୍ତର ଏବଂ ନର୍ସଙ୍କୁ ନୋଟିସରେ ଉତ୍ତର ଦାଖଲ କରିବା ପରେ ଆମେ ଅଧିକ କାର୍ୟ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିସ କରିବୁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories