www.samajalive.in
Saturday, December 13, 2025
26.1 C
Bhubaneswar

କୋଇଲା ଖଣିରେ କରୋନା କଟକଣାକୁ ଫୁଃ 

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ଉପରେ ଲଗାମ ଲାଗି ପାରୁ ନାହିଁ। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକଙ୍କ ଭିତରେ ଭୟର ଆତଙ୍କ ଖେଳିଯାଉଛି। ଲୋକଙ୍କୁ କରୋନାର ସଂକ୍ରମଣରୁ ରକ୍ଷା କରିବା ପାଇଁ ସମଗ୍ର ଜିଲ୍ଲାକୁ ସପ୍ତାହନ୍ତ ସଟ ଡ଼ାଉନ ମଧ୍ୟ କରାଯାଉଛି। ଏହି ଭୟାବହ ରୋଗର କୌଣସି ପ୍ରତିକାର କିମ୍ବା ଔଷଧ ନଥିବାରୁ ମାସ୍କ ପରିଧାନ, ସାମାଜିକ ଦୁରତା ରକ୍ଷା ଓ ସଂଗରୋଧ ହିଁ ଏକମାତ୍ର ବିକଳ୍ପ। ହେଲେ ବ୍ରଜରାଜନଗର ଅଞ୍ଚଳର କୋଇଲା ଖଣିରେ କରୋନା ସମ୍ପର୍କିତ ସମସ୍ତ ନିୟମ ଓ କଟକଣାକୁ ଚରମ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଏମସିଏଲର ଇବ୍‍ ଭ୍ୟାଲି ସମଲେଶ୍ୱରୀ କୋଇଲା ଖଣିରେ କୋଇଲା ପରିବହନ ପାଇଁ ନିୟୋଜିତ ଟ୍ରକର ମାଲିକ ଓ ଚାଳକମାନେ କୋଭିଡ଼ କଟକଣାକୁ ମାନୁ ନଥିବା ଅଭିଯୋଗ ହେଉଛି। ଆଜି ଏନେଇ ଏକ ଫଟୋ ଭାଇରାଲ ହେବା ପରଠାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏସଓସିପି ମାଇନ୍ସ ଭିତରେ ଲୋଡ଼ିଙ୍ଗ ପର୍ଚି ନେବା ପାଇଁ ଗୋଟିଏ ସ୍ଥାନରେ ଟ୍ରକ ମାଲିକ ଓ ଚାଳକଙ୍କ ମାତ୍ରାଧିକ ଭିଡ଼ ଲାଗି ରହୁଥିବାର ସୋସାଲ ମିଡ଼ିଆରେ ଫଟୋ ଭାଇରାଲ ହୋଇଛି। ସବୁଠାରୁ ଗୁରୁତର କଥା ଭିଡ଼ ଜମୁଥିବା ସ୍ଥାନରେ ସାମାଜିକ ଦୁରତା ରକ୍ଷା କରିବା ଦୁରର କଥା ଅଧିକାଂଶ ଟ୍ରକ ମାଲିକ ତଥା ଚାଳକଙ୍କ ମୁହଁରେ ମାସ୍କ ମଧ୍ୟ ନଥିବା ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ତେବେ ଖଣି ଅଞ୍ଚଳରେ କୋଭିଡ଼ ନିୟମକୁ ସମ୍ପୁର୍ଣ ଉଲଂଘନ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତ ଉଦବେଗଜନକ ହୋଇ ପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ତେବେ ଏନେଇ ବ୍ରଜରାଜନଗର ଏସଡ଼ିପିଓ ଦିଲୀପ ଦାସଙ୍କ ପଚାରିବାରୁ ସୋସିଆଲ ମିଡ଼ିଆରେ ଫଟୋକୁ ଦେଖିବା ପରେ ଘଟଣାର ତଦନ୍ତ ଚାଲିଛି। ତେବେ କୋଭିଡ଼ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରଜରାଜନଗର ଏସଡ଼ିପିଓ ଶ୍ରୀ ଦାସ ସୁଚନା ପ୍ରଦାନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories