www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ୩୮ ଜଣଙ୍କୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ

କଲମପୁର : ଗୃହ ହୀନଙ୍କୁ ପକ୍କା ଘର ନିର୍ମାଣ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି। ଏହି ଯୋଜନାରେ କଲମପୁର ବ୍ଲକ ଅଧିନସ୍ଥ ଦେପୁର ପଞ୍ଚାୟତର ୨୦୨୦/୨୧ ଆର୍ଥିକ ବର୍ଷ ପାଇଁ ଘର ନିର୍ମାଣ କରିବାକୁ ଚୟନ ହୋଇଥିବା ୩୮ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରାଯାଇଛି।
ସରପଞ୍ଚ ଭୁକୁଲୁ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମାବେଶରେ ସମିତି ଅଧ୍ୟକ୍ଷା ମଞ୍ଜୁଳା ସାହୁ, ସମିତିର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅନନ୍ତ ଚରଣ ମଲ୍ଲିକ,ସମିତି ସଭ୍ୟ ଗଜିନ୍ଦ୍ର ବିହାର, ଗ୍ରାମିଣ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ବ୍ଲକ ପ୍ରକଳ୍ପ ସଂଯୋଜକ ଗୁଣ ସାଗର ନାଏକ, ବି.ପି.ଏ ହେମନ୍ତ କୁମାର ନାଏକ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ସା ପ୍ରମୁଖଙ୍କ ସମେତ ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟାମାନେ ଉପସ୍ତିତ ରହିଥିଲେ। କାର୍ଯ୍ୟାଦେଶ ପତ୍ର ଦେବା ପୂର୍ବରୁ ସରପଂଚ ଓ ମଂଚାସୀନ ଅନ୍ୟ ସମସ୍ତ ଅତିଥି କରୋନା ଭୁତାଣୁ ସଂକ୍ରମଣ ଜନିତ ଆଶଙ୍କାରୁ ବର୍ତିବା ପାଇଁ ସରକାରଙ୍କ ନିର୍ଦ୍ଦେଶିତ ସମସ୍ତ ନିୟମ ପାଳନ ସହ ସମସ୍ତେ ଯେମିତି ମୁହଁରେ ମାସ୍କ ପିନ୍ଧିବେ ଓ ସମାଜିକ ଦୂର୍ତ ରକ୍ଷା କରିବେ ସେନେଇ ଲୋକଙ୍କୁ ସଚେତନ କରାଇଥିଲେ। ଏହାସହ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣର ସମସ୍ତ ନିୟମାବଳୀ ସମ୍ବନ୍ଧରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମଲ୍ଲିକ ଆଲୋକପାତ କରିଥିଲେ। କାର୍ଯ୍ୟାଦେଶ ପତ୍ର ମିଳିବା ପରେ ହିତାଧିକାରୀମାନେ ଘର ନିର୍ମାଣ ପାଇଁ ଯତ୍ନବାନ ହେବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ସମିତି ଅଧ୍ୟକ୍ଷା ଶ୍ରୀମତି ସାହୁ ଉପସ୍ଥିତ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories