www.samajalive.in
Friday, December 5, 2025
26.1 C
Bhubaneswar

ରାଜସ୍ଥାନ ରାଜନୀତି: ତତ୍କାଳ ଶୁଣାଣି ନିମନ୍ତେ ବାଚସ୍ପତିଙ୍କ ଅପିଲ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ସଚିନ ପାଇଲଟ୍ ଓ ତାଙ୍କ ସମର୍ଥକ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମାମଲାରେ ଲଗାଇଥିବା ରହିତାଦେଶ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ବିଧାନସଭା ବାଚସ୍ପତି । ଏହି ମାମଲାର ତତ୍କାଳ ଶୁଣାଣି ପାଇଁ ଆବେଦନ କରିଛନ୍ତି । ମାତ୍ର ସୁପ୍ରିମକୋର୍ଟ ଏହି ମାମଲାର ତୁରନ୍ତ ଶୁଣାଣି ନିମନ୍ତେ ସ୍ପଷ୍ଟ ମନା କରିଦେଇଛନ୍ତି ।

ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ବୁଧବାର ମୁଖ୍ୟ ବିଚାରପତି ଏସ୍.ଏ.ବୋବଡ଼େଙ୍କ ନିକଟରେ ମାମଲାର ତତ୍କାଳ ଶୁଣାଣି ନିମନ୍ତେ ଆବେଦନ କରିଥିଲେ । ମାତ୍ର ମୁଖ୍ୟ ବିଚାରପତି ଏହି ଅପିଲକୁ ଖାରଜ କରି ମାମଲା ପଞ୍ଜିକରଣ କରାଯିବା ପରେ ଏହାର ଶୁଣାଣି ହେବ ବୋଲି ମତ ଦେଇଛନ୍ତି ।

ରାଜସ୍ଥାନ ବିଧାନସଭା ବାଚସ୍ପତି ଉଚ୍ଚ ନ୍ୟାୟାଳୟର ସେହି ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି, ଯେଉଁ ଆଦେଶରେ ସଚିନ ପାଇଲଟ୍ ଓ ତାଙ୍କ ଗୋଷ୍ଠୀର ୧୮ ବିଧାୟକଙ୍କ ଉପରେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କେବଳ ବାଚସ୍ପତିଙ୍କର ହକ୍ । ଏଥିରେ ନ୍ୟାୟପାଳିକା ହସ୍ତକ୍ଷେପ କରିପାରିବ ନାହିଁ ।ତେଣୁ ସେ ଏହା ଉପରେ ତୁରନ୍ତ ଶୁଣାଣି ନିମନ୍ତେ ଆବେଦନ କରିବା ସହ ଏହି ମଧ୍ୟବର୍ତୀକାଳୀଳ ଆଦେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ କରିଛନ୍ତି । ଏଥିରେ ସୁପ୍ରିମକୋର୍ଟର କିଛି ପୁରୁଣା ମାମଲାର ରାୟକୁ ମଧ୍ୟ ସଂଲଗ୍ନ କରାଯାଇଛି । ଏହି ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଯେ ପର୍ଯ୍ୟନ୍ତ କୌଣସି ବିଧାୟକ/ସାଂସଦଙ୍କ ଅଯୋଗ୍ୟତା ପ୍ରକ୍ରିୟା ସମ୍ପୂର୍ଣ୍ଣ ନ ହୋଇଛି ସେ ପର୍ଯ୍ୟନ୍ତ ଅଧ୍ୟକ୍ଷ (ଗୃହ)ଙ୍କ କାର୍ଯ୍ୟରେ ନ୍ୟାୟାଳୟ ହସ୍ତକ୍ଷେପ କରିପାରିବ ନାହିଁ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories