www.samajalive.in
Saturday, December 13, 2025
26.1 C
Bhubaneswar

କୋଭିଡ୍‍-୧୯ ପାଇଁ ‘କରୋନା କବଚ’ ସ୍ୱାସ୍ଥ୍ୟବୀମା ପଲିସିକୁ ଆଇଆର୍‍ଡିଏଆଇର ଅନୁମୋଦନ

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍-୧୯ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଭାରତୀୟ ବୀମା ନିୟନ୍ତ୍ରଣ ଓ ବିକାଶ ପ୍ରାଧୀକରଣ(ଆଇଆର୍‍ଡିଏଆଇ) ୩୦ଟି ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନିକୁ ସ୍ୱଳ୍ପମିଆଦୀ ‘କରୋନା କବଚ’ ସ୍ୱାସ୍ଥ୍ୟବୀମା ଯୋଜନା ଆରମ୍ଭ କରିବାକୁ ଅନୁମୋଦନ କରିଛି। ଏହି ବୀମା ଯୋଜନାରେ କୋଭିଡ୍‍-୧୯ରେ ସଂକ୍ରମିତ ମାନଙ୍କ ଚିକିତ୍ସା ବାବଦ ଖର୍ଚ୍ଚକୁ ଭରଣା କରାଯିବ।
ଆଇଆର୍‍ଡିଏଆଇ କହିଛି, ଏହା ଏକ ସାଧାରଣ କୋଭିଡ୍‍ ଭିତ୍ତିକ ବୀମା ବ୍ୟବସ୍ଥା ପ୍ରସ୍ତୁତ କରିଛି, ଯେଉଁଥିରେ ବୀମାଧାରୀଙ୍କ
ମୌଳିକ ସ୍ୱାସ୍ଥ୍ୟ ବୀମା ଆବଶ୍ୟକତା ଗୁଡ଼ିକ ପୂରଣ ହୋଇପାରିବ। ଏହି ବୀମାରେ ୫୦ ହଜାରରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ମିଳିପାରିବ। ୧୮ରୁ ୬୫ ବର୍ଷ ବୟସ ମଧ୍ୟରେ ବ୍ୟକ୍ତିମାନେ ଏହି ବୀମା ପଲିସି ନେଇପାରିବେ। ଲୋକମାନେ ‘କରୋନା କବଚ’ ପଲିସି ନିଜ ପାଇଁ, ନିଜ ପତି କିମ୍ବା ପତ୍ନୀଙ୍କ ପାଇଁ, ପିତାମାତାଙ୍କ ଓ ଶାଶୁ ଶ୍ବଶୁର ମାନଙ୍କ ପାଇଁ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ୨୫ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ନେଇପାରିବେ।
ଆଇଆର୍‍ଡିଏ କହିଛି ଏହି ବୀମା ପଲିସିରେ କୋଭିଡ୍‍-୧୯ଯୋଗୁଁ ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିବା ଲୋକଙ୍କର ଯଦି ସ୍ୱାସ୍ଥ୍ୟାବସ୍ଥା ଖରାପ ହୁଏ, ତା’ହେଲେ ତାଙ୍କୁ ଚିକିତ୍ସା ସମୟର ଖର୍ଚ୍ଚ ମିଳିପାରିବ। ‘କରୋନା କବଚ’ ବୀମା ଯୋଜନାକୁ ଲାଗୁ କରିବା ପାଇଁ ଆଇଆର୍‍ଡିଏଆଇ ୩୦ଟି ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନିକୁ ଅନୁମତି ପ୍ରଦାନ କରିଛି। ଆଇଆର୍‍ଡିଏଆଇର ଏହି ନିର୍ଦ୍ଦେଶ ପରେ ବହୁ ବୀମା କମ୍ପାନି ‘କରୋନା କବଚ’ ବୀମା ଯୋଜନା  ଆରମ୍ଭ କରି ଦେଲେଣି। ସେହି କମ୍ପାନିମାନେ ଏହି ବୀମା ଯୋଜନାର ଅବଧି ସାଢ଼େ ୩ମାସ, ସାଢ଼େ ୬ ମାସ ଓ ସାଢ଼େ୯ ମାସ ରଖିଛନ୍ତି। ଘର ମଧ୍ୟରେ ରହି ଚିକିତ୍ସିତ ହେଉଥିବା ସମୟ ପାଇଁ ୧୪ ଦିନର ଖର୍ଚ୍ଚ ଏହି ବୀମା ଯୋଜନାରେ ମିଳିବ। ଏଥିପାଇଁ ଜଣେ ଡାକ୍ତରଙ୍କଠାରୁ ଘର ମଧ୍ୟରେ ରହି ଚିକିତ୍ସା ହେବା ଲାଗି ଅନୁମତିପତ୍ର ଦେବାକୁ ପଡ଼ିବ।

୧୦ ଜୁଲାଇରୁ ଆରମ୍ଭ ହୋଇଛି ’କରୋନା କବଚ୍’ ପଲିସି
ସମସ୍ତ ସାଧାରଣ ଏବଂ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବୀମା କମ୍ପାନୀ ୧୦ ଜୁଲାଇରେ କରୋନା କବଚ ବୀମା ପଲିସି ଆରମ୍ଭ କରିଛନ୍ତି ଜ୍ଝ କରୋନା ଅବଧି ସମୟରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଧ୍ୟାନରେ ରଖି ଏହା ପରିକଳ୍ପନା କରାଯାଇଛି ଜ୍ଝ କରୋନା ସଂକ୍ରମିତ ହେଲେ ଚିକିତ୍ସା ସହିତ ଜଡିତ ଅନ୍ୟାନ୍ୟ ଖର୍ଚ୍ଚ, ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ଏବଂ ପରେ ଘରେ ରହି ଚକିତ୍ସିତ ହେଲେ ଚିକିତ୍ସା ସହିତ ଅନ୍ୟ ଖର୍ଚ୍ଚ ବୀମା ପରିସର ଭୁକ୍ତ ହେବ।

- Advertisement -

କରୋନା କବଚରେ କ’ଣ ସାମିଲ ହେବ?
ଏଥିରେ ବେଡ୍ ଚାର୍ଜ, ନର୍ସିଂ ଚାର୍ଜ, ରକ୍ତ ପରୀକ୍ଷା, ପିପିଏ କିଟ୍, ଅମ୍ଳଜାନ, ଆଇସିୟୁ ଏବଂ ଡାକ୍ତରଙ୍କ ପରାମର୍ଶ ଦେୟ ଅନ୍ତର୍ଭୁକ୍ତ। ଡାକ୍ତରଖାନା ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ, ଯାଞ୍ଚ ଏବଂ ନିରାକରଣର ଖର୍ଚ୍ଚ ବହନ କରାଯିବ। ସେହିପରି ହସ୍ପିଟାଲରେ ଭର୍ତ୍ତି ହେବାର ୧୫ ଦିନ ପୂର୍ବର ଖର୍ଚ୍ଚ ପ୍ରଦାନ କରାଯିବ।
ହସ୍ପିଟାଲରୁ ଡିସଚାର୍ଜ ହେବାର ୩୦ ଦିନ ପର୍ୟ୍ୟନ୍ତ ଚିକିତ୍ସା ଖର୍ଚ୍ଚ ପ୍ରଦାନ କରାଯିବ। ଯଦି କରୋନା ଭୂତାଣୁରେ ସଂକ୍ରମିତ ହୋଇ ଘରେ ଚିକିତ୍ସା ଚାଲିଛି, ତେବେ ସ୍ୱାସ୍ଥ୍ୟ ଅନୁଧ୍ୟାନ ଏବଂ ୧୪ ଦିନ ପର୍ୟ୍ୟନ୍ତ ଓଷଧ ଖର୍ଚ୍ଚ ପାଇଁ ଅର୍ଥ ପ୍ରଦାନ କରାଯିବ। ଏହି ପଲିସି ଅନୁଯାୟୀ ଆୟୁର୍ବେଦ ଏବଂ ଆନୁଷଙ୍ଗିକ ଚିକିତ୍ସା ପାଇଁ ଖର୍ଚ୍ଚ ମଧ୍ୟ ବହନ କରାଯିବ।
ଘରୁ ଡାକ୍ତରଖାନା ଏବଂ ଡାକ୍ତରଖାନାରୁ ଆମ୍ବୁଲାନ୍ସରେ ଘରକୁ ଆସିବା ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ । ଏହି ପଲିସିରେ ଡାକ୍ତରଖାନାର ଦୈ ନିକ ଖର୍ଚ୍ଚ ଯୋଡିବାର ବିକଳ୍ପ ଅଛି। ଏହା ଅଧୀନରେ, ବୀମା କମ୍ପାନୀ ୨୪ଘଣ୍ଟା ନିରନ୍ତର ଦୈ ନିକ ବୀମା ରାଶିର ୦.୫% ପ୍ରଦାନ କରେ। ଏହି ସୁବିଧା ୧୫ଦିନ ପାଇଁ ଉପଲବ୍ଧ।
ସର୍ବାଧିକ ୫ ଲକ୍ଷ ବୀମା ରାଶି
କରୋନା କବଚ ପଲିସି ପାଇଁ ବୀମା ରାଶି ସର୍ବନିମ୍ନ ୫୦ ହଜାର ଟଙ୍କା ଏବଂ ସର୍ବାଧିକ ୫ ଲକ୍ଷ ଟଙ୍କା। ବୀମାର ଅବଧି ଅତିକମରେ ୩.୫ ମାସ, ୬.୫ ମାସ ଏବଂ ୯.୫ ମାସ ହୋଇପାରେ। ଏଥିରେ ମୂଳ ପ୍ରିମିୟମ୍ ୪୪୭ ଟଙ୍କା ରୁ ୫,୬୩୦ ଟଙ୍କା ପର୍ୟ୍ୟନ୍ତ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories