www.samajalive.in
Saturday, December 13, 2025
26.1 C
Bhubaneswar

ସହଜ ବାସ୍ତୁ ଟିପ୍ସ; ଆପଣେଇଲେ ମିଳେ ଶୁଭଫଳ

ବାସ୍ତୁ ଅନୁଯାୟୀ ଏପରି କେତେକ ଉପାୟ ରହିଛି , ଯାହାକୁ ଆପଣେଇବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ…..
– ଘରର ରୋଷେଇ ଘର ସର୍ବଦା ସଫାସୁତୁରା ରଖିବା ଉଚିତ । ରୋଷେଇ ଘର ଅପରିଷ୍କାର ରଖିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ।
– ଗୃହରେ ସର୍ବଦା ସୁଗନ୍ଧ ଧୂପକାଠିର ପ୍ରୟୋଗ କରନ୍ତୁ। ଏହା ଘରୁ ନକରାତ୍ମକ ଶକ୍ତି ଦୂର କରିବା ସହ ଉତ୍ତମ ନିଦ ହେବାରେ ମଧ୍ୟ ସାହାଯ୍ୟ କରିଥାଏ।
– ବହୁ ସମୟରେ ରାତିରେ ଶୋଇବା ସମୟରେ ଦୁଃସ୍ୱପ୍ନ ଆସିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ପାଣିରେ ଲୁଣ ପକାଇ ଘରକୁ ପୋଛନ୍ତୁ। ଏହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ।
– ଘରେ ସକରାତ୍ମକ ଶକ୍ତି ସର୍ବଦା ରହିବା ପାଇଁ ପୂଜା ଘରେ ୩ଥର ନିଶ୍ଚୟ ଘଣ୍ଟି ବଜାନ୍ତୁ।
– ଏହା ଘରେ ସୁଖଶାନ୍ତିର ବାତାବରଣ ରଖିଥାଏ।
– ଶୟନ କକ୍ଷରେ ସର୍ବଦା ହଳଦିଆ ରଙ୍ଗର ଅଧିକ ବ୍ୟବହାର କରନ୍ତୁ।
– ଲାଲ ରଙ୍ଗର ମଧ୍ୟ ବ୍ୟବହାର କରିପାରିବେ। ଏହି ରଙ୍ଗର ପ୍ରୟୋଗ କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।
– ଶୟନ କକ୍ଷରେ ଜିନିଷ ସର୍ବଦା ସଠିକ ସ୍ଥାନରେ ରଖନ୍ତୁ। ଏଣେତେଣେ ପକାନ୍ତୁ ନାହିଁ।
– ଦ୍ରବ୍ୟ ସଠିକ ଭାବେ ନରହିଲେ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ।
– ଶୟନ କକ୍ଷରେ କୌଣସି ପଶୁଙ୍କ ଫଟୋ ଲଗାନ୍ତୁ ନାହିଁ ।
– ଖଟ ସମ୍ମୁଖରେ ଦର୍ପଣ ରଖନ୍ତୁ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories