www.samajalive.in
Saturday, December 13, 2025
26.1 C
Bhubaneswar

ଆସନ୍ତାକାଲିଠୁ ରାୟଗଡା ଜିଲା ୭ ଦିନ ଯାଏଁ ସଟ୍‌ଡାଉନ୍‌

ରାୟଗଡା : ଆସନ୍ତାକାଲିଠୁ ରାୟଗଡା ଜିଲା ୭ ଦିନ ଯାଏଁ ସଟ୍‌ଡାଉନ୍‌ ରହିବ। ଏନେଇ ରାୟଗଡା ଜିଲାପାଳ ଘୋଷଣା କରିଛନ୍ତି। ଆଜି ରାୟଗଡା ଜିଲାରୁ ୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଜିଲାକୁ ୭ ଦିନ ଯାଏଁ ସଟଡାଉନ ଘୋଷଣା କରିଛନ୍ତି ଜିଲାପାଳ ପ୍ରମୋଦ କୁମାର ବେହେରା। ଆସନ୍ତାକାଲିଠାରୁ ଜୁଲାଇ ୨୯ ଯାଏଁ ରାୟଗଡା ଜିଲା ସଟ୍‌ଡାଉନ୍‌ ରହିବ। ସଟ୍‌ଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି।

ଆସନ୍ତାକାଲି ସକାଳୁ ଲାଗୁ ହେବ ସଟଡାଉନ୍ । ଏହି ସମୟରେ କଣ୍ଟାକ୍ଟ ଟ୍ରେସିଂ ଚାଲିବ । ଯଦି କାହାର କୌଣସି ପ୍ରକାର ଲକ୍ଷଣ ଅଛି ତେବେ ପ୍ରଶାସନକୁ ଜଣାଇବା ପାଇଁ ଅପିଲ କରିଛନ୍ତି ଜିଲାପାଳ । ସାମାଜିକ ଦୂରତା ରକ୍ଷା ସହ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛି ଜିଲା ପ୍ରଶାସନ । ୨୪ ଘଣ୍ଟାରେ ରାୟଗଡ଼ା ଜିଲାରୁ ସର୍ବାଧିକ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୨ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୯କୁ ବୃଦ୍ଧି ପାଇଛି । ୧୪୨ ଜଣ ସୁସ୍ଥ ହୋଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories