www.samajalive.in
Sunday, December 14, 2025
26.1 C
Bhubaneswar

ଫୁଲବାଣୀ ଆଦର୍ଶ ଥାନା ସିଲ୍, ଗଛମୂଳରେ ଥାନା କାମ

ଫୁଲବାଣୀ: କନ୍ଧମାଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଫୁଲବାଣୀ ଆଦର୍ଶ ଥାନାର ଜଣେ ଏସଆଇଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏସ୍‌ଆଇ କରୋନା ଆକ୍ରାନ୍ତ ହେବା ପରେ ଫୁଲବାଣୀ ଆଦର୍ଶ ଥାନାକୁ ସିଲ୍ କରି ଦିଆଯାଇଛି। ଫଳରେ ଥାନା ବାହାର ପରିସରରେ ଥିବା ଏକ ଗଛମୁଳେ ଏବେ ଥାନା କାମ ଚାଲିଛି। ପୁଲିସ କର୍ମଚାରୀ ସେଠାରେ ବସି ଲୋକଙ୍କର ଅଭିଯୋଗ ଶୁଣୁଛନ୍ତି। ତେବେ ବର୍ଷା ଦିନ ହୋଇଥିବାରୁ କର୍ମଚାରୀମାନେ ହଇରାଣ ହେଉଛନ୍ତି। ଏସ୍‌ପି ଏହା ଜାଣିବା ପରେ ସେଠାରେ ଏକ ତମ୍ବୁଟାଣିବା କାମ କରିବା ପାଇଁ କର୍ମଚାରୀଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories