www.samajalive.in
Sunday, December 7, 2025
23.1 C
Bhubaneswar

ମୌସୁମୀ ଏବେ ବାଟବଣା, ଉଭାନ ହେଲା ବର୍ଷା; ଇନ୍ଦ୍ରାବତୀ ଜଳ ସେଚନ ଭରସାରେ ଚାଷୀ

କଲମପୁର: ଶ୍ରାବଣର ୧୫ ଦିନ ବିତି ସାରିଛି। ଏବେ ଝିପି ଝିପି ବର୍ଷା ଲାଗି ରହିବା ସହ ଚାଷୀ ତାର ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା କଥା। ଏହି ସମୟରେ ଚାଷ ଜମିରେ ରୁଆ ଓ ବିହୁଡା କାର୍ଯ୍ୟ ଜାରି ରହିଥାଏ। କିନ୍ତୁ ମୌସୁମୀ ବାଟ ବଣା ହେଇଯାଇଥିବା ବେଳେ ବର୍ଷା ଉଭାନ ହେଇଯାଇଛି। ଏଭଳି ସ୍ଥିତିରେ ଚାଷୀ ଇନ୍ଦ୍ରାବତୀ ଜଳ ସେଚନକୁ ଭରସା କରିଥିବା ବେଳେ ବର୍ଷା ପାଣି ଭରସାରେ କରାଯାଉଥିବା ଚାଷ ଜମିର ଚାଷୀ ହତାଶ ହେଇ ପଡିଛି। ରିତିମତ ଆକାଶରେ କଳାହାଣ୍ଡିଆ ମେଘର ରାଜୁତି କିନ୍ତୁ ବର୍ଷା ବର୍ଷୁନଥିବାରୁ ଅଣ ଜଳସେଚିତ ଜମିର ଚାଷୀ ଆଖିରୁ ନିଦ ହଜିଯାଇଛି। ତଳି ସବୁ ଜମିରେ ରହି ନଷ୍ଟ ହେବାର ଆଶଙ୍କା କରାଯାଉଛି। ଯଦି ଚଳିତ ସପ୍ତାହ ମଧ୍ୟରେ ବର୍ଷା ନହେଲେ ଅନେକ ତଳି ନଷ୍ଟ ହେବା ସହ ଚାଷୀ କ୍ଷତିଗ୍ରସ୍ଥ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଦିନ ତମାମ ଗ୍ରୀଷ୍ମ ତାପର ପ୍ରଭାବ ଲାଗି ରହୁଥିବା ବେଲେ ଅପରାହ୍ନ ସମୟରେ ଆକାଶରେ କଳା ମେଘ ଘୋଟି ଆସୁଥିଲେ ମଧ୍ୟ ବର୍ଷା ବର୍ଷୁ ନାହିଁ। ସୋମବାର କୃଷି ଭିତିକ ପର୍ବ ଚିତାଲାଗି ଅମାବାସ୍ୟା ଥିବାରୁ ଅନେକ ଲୋକ ଆଶ।। ବାନ୍ଧିଥିଲେ ବର୍ଷା ହେବ କିନ୍ତୁ ଆକାଶରେ ମେଘ ଦେଖା ଦେଇଥିଲେ ମଧ୍ୟ ଫେରାର ମାରି ଥିଲା। ଯାହାକୁ ଦେଖି ଚାଷୀ ଚଲିତ ବର୍ଷର ଫସଲ ଉତ୍ପାଦନ ନେଇ ଆତଙ୍କିତ ହେଇ ପଡିଛନ୍ତି। ଚଳିତ ବର୍ଷ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ତରଫରୁ ଉଭୟ ବାମ, ଡାହାଣ ଓ ସମ୍ପ୍ର ସାରଣ କେନାଲ ସହିତ ଉଠା ଜଳ ସେଚନ ମାଧ୍ୟମରେ ପ୍ରାୟ ୯୨ ହଜାର ହେକ୍ଟର ଚାଷ ଜମିରେ ଜଳ ସେଚନ ଯୋଗାଇବାର ଆଶା ରଖିଥିବା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାର ଇଲାକାରେ ବର୍ଷାର ଅଭାବ କାରଣରୁ ଜଳ ସେଚନ ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଯଦିଓ ଗତ ବର୍ଷର ସ୍ୱଭାବିକ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ସ୍ଥିତି ସ୍ଥିର ରହିଛି କିନ୍ତୁ ବର୍ଷା ଯଦି ଧୋକା ଦେଲେ ପରିସ୍ଥିତି ସଙ୍ଗିନ ହେବାର ଆଶଙ୍କା କରାଯାଉଛି।
ଜଳ ବିଦ୍ୟୁତ୍ ପ୍ରକଳ୍ପ ମୁଖିଗୁଡାର ସୁଚନା ଅନୁସାରେ ୬୪୨ ମିଟର ଜଳ ଧାରଣ କ୍ଷମତା ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜୁଲାଇ ୨୦ ତାରିଖ ସୁଦ୍ଧା ଜଳସ୍ତର ୬୩୧.୦୩ରେ ରହିଛି। ଗତ ବର୍ଷ ଆଜିର ଦିନରେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ୬୩୦.୩୫ ଥିଲା। ପରବର୍ତ୍ତୀ ସମୟରେ ବର୍ଷା ସ୍ୱଭାବିକ ହେବାଯୋଗୁଁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ସର୍ବୋଚ୍ଚସ୍ତର ଛୁଇଁଥିଲା।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories