www.samajalive.in
Sunday, December 14, 2025
26.1 C
Bhubaneswar

ଇଡ଼ି ଫାଶରେ ଯୋଧପୁର ବିଶ୍ବବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ: ୧୩ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ:   ନକଲି ଡିଗ୍ରୀ ପ୍ରଦାନ ଓ ଅର୍ଥ ହେରଫେର ମାମଲାରେ  ମାମଲାରେ ଯୋଧପୁର ଜାତୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କମଲ ମେହେଟ୍ଟାଙ୍କ ସମ୍ପତ୍ତି ପ୍ରାୟ ୧୩ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ପ୍ରବର୍ତନ ନିର୍ଦେଶାଳୟ (ଇଡ଼ି)।

ପ୍ରବର୍ତନ ନିର୍ଦେଶାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କମଳ ମେହେଟ୍ଟାଙ୍କ  ଜୟପୁର, ଯୋଧପୁର ଏବଂ ଦିଲ୍ଲୀରେ ଅବସ୍ଥିତ ୧୨ ଟି ଫ୍ଲାଟ, ୩ ପ୍ଲଟ୍, ଏକ କୋଠା ଏବଂ ୩୧ଟି ବଡ କୃଷି ଫାର୍ମ ସହ  ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇଛି । ନକଲି ଡ଼ିଗ୍ରୀ ପ୍ରମାଣପତ୍ର ପ୍ରଦାନ ମାମଲାକୁ ନେଇ ତାଙ୍କର ସମ୍ପତ୍ତି ଜବତ କରାଯାଇଛି ।

- Advertisement -

ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ଜୟପୁର କାର୍ଯ୍ୟାଳୟ ଦ୍ୱାରା ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଏକ ଆନ୍ତରୀଣ  ଆଦେଶ ଜାରି କରାଯାଇଛି । ଏହା ପୂର୍ବରୁ ଇଡ଼ି ୨୦୧୭ରେ ଶ୍ରୀ ମେହେଟ୍ଟାଙ୍କର  ୮.୫୩ ଟଙ୍କା ମୂଲ୍ୟର ସମ୍ପତ୍ତି ଏବଂ ଘରୋଇ ବିଶ୍ୱବିଦ୍ୟାଳୟ ଚଳାଉଥିବା ତାଙ୍କ ଟ୍ରଷ୍ଟକୁ ଜବତ କରିଥିଲା ।

ଅଭିଯୁକ୍ତ ଶ୍ରୀ  ମେହେଟ୍ଟା କୁଶଲ ଶିକ୍ଷା ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଏବଂ ୨୦୦୮ ମସିହାରେ ଯୋଧପୁରରେ ଯୋଧପୁର ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଅଭିଯୋଗ ଅନୁସାରେ  ସେ ବିଶ୍ୱବିଦ୍ୟାଳୟର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସେ ନକଲି ଡିଗ୍ରୀ ଏବଂ ମାର୍କ ସିଟ୍ ପ୍ରଦାନ ତଥା ବିକ୍ରୟ ପାଇଁ ଏକ ସିଣ୍ଡିକେଟ୍ ଚଳାଉଥିଲେ । ଫି ସଂଗ୍ରହ, ଫର୍ମ ଏବଂ ପରୀକ୍ଷା ପରିଚାଳନା ଉଦ୍ଦେଶ୍ୟରେ ରେ ସେ ବିଶ୍ୱବିଦ୍ୟାଳୟର ଚାରିଜଣ ଜାତୀୟ ସଂଯୋଜକ ନିଯୁକ୍ତ କରିଥିଲେ ଏହି ଜାତୀୟ ସଂଯୋଜକମାନେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିଲେ ।

ମେହେଟ୍ଟା ଏହି ଜାତୀୟ ସଂଯୋଜକମାନଙ୍କ ଜରିଆରେ ବେଆଇନ ଭାବେ ପ୍ରାୟ ୨୨.୩ କୋଟି ଟଙ୍କା ସଂଗ୍ରହ କରିଥିଲେ ।   ଯୋଧପୁର ନ୍ୟାସନାଲ ୟୁନିଭର୍ସିଟି, କୁଶଲ ଏଜୁକେସନ ଟ୍ରଷ୍ଟ ଏବଂ ସୂର୍ଯ୍ୟ ନାଗ୍ରି ଏଜୁକେସନ ଟ୍ରଷ୍ଟ ଏବଂ ଅନ୍ୟାନ୍ୟ ବିଭିନ୍ନ ସଂସ୍ଥା ନାମରେ ଖୋଲା ଯାଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଏହି ଅର୍ଥ ଜମା କରାଯାଇଥିଲା । ଶ୍ରୀ ମେହେଟ୍ଟା ଏକ ଜୟପୁରରେ ଏକ ସମାନ୍ତରାଳ ବିଶ୍ବବିଦ୍ୟାଳୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିଥିଲେ ଏବଂ ୨୦୧୦ ରୁ ୨୦୧୪ ମଧ୍ୟରେ ବିଭିନ୍ନ ଛାତ୍ରଙ୍କୁ ୨୫,୦୦୦ ଡିଗ୍ରୀରୁ ଅଧିକ ଜାଲ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories