www.samajalive.in
Monday, December 8, 2025
24.1 C
Bhubaneswar

ଗଞ୍ଜାମରେ ୪୦୦ ସୁସ୍ଥ ରୋଗୀ ପ୍ଲାଜମା ଦେବାକୁ ପ୍ରସ୍ତୁତ

ବ୍ରହ୍ମପୁର: କରୋନାରେ ସଂକ୍ରମିତ ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଗଂଜାମ ଜିଲ୍ଲାର ୪୦୦ ଜଣ ନିଜର ପ୍ଲାଜମା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମଙ୍ଗଳବାର ଗଂଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।
ଆଜି ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ଥେରାପିର ଶୁଭାରମ୍ଭ କରି ଜିଲ୍ଲାପାଳ ଏହି କଥା କହିଛନ୍ତି । କଟକ ଏସସିବିରୁ ପ୍ରଥମ ପର୍ଯ୍ୟାୟରେ ୬ ୟୁନିଟ ପ୍ଲାଜମା ଗଂଜାମ ଜିଲ୍ଲାକୁ ଆସିଛି । ଶିତଲାପଲ୍ଲୀ ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର କରୋନା ରୋଗୀଙ୍କୁ ଏହି ପ୍ଲାଜମା ଦିଆଯିବ । ଏହା ଦ୍ଵାରା ଗଞ୍ଜାମରେ କରୋନା ମୃତ୍ୟୁ ହାରରେ ରୋକ ଲଗାଯାଇପାରିବ ବୋଲି କୁହାଯାଇଛି । ସେହିପରି ଯେଉଁ ସୁସ୍ଥ ରୋଗୀ ପ୍ଲାଜମା ଦେବାକୁ ଇଚ୍ଛା କରିବେ ତାଙ୍କୁ କଟକ ନେବା ଓ ଆଣିବା ଖାଇବା ରହିବା ପାଇଁ ମଧ୍ୟ ବ୍ୟବସ୍ଥା ଦିଆଯିବ । ଏମକେସିଜି ରକ୍ତ ଭଣ୍ଡାରରେ ଖୁବ ଶୀଘ୍ର ପ୍ଲାଜମା ସଂଗ୍ରହ ମେସିନ ଉପଲବ୍ଧ ହେବ ବୋଲି ଏମକେସିଜି ମେଡିକାଲ କଲେଜ ଡିନ ତଥା ଅଧ୍ୟକ୍ଷା ପ୍ର. ଦୀପ୍ତିମୟୀ ତ୍ରିପାଠୀ କହିଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିଲା ଏବଂ ସେ ଦିଗରେ କାମ ଆଗେଇ ସାରିଛି ବୋଲି ଅଧକ୍ଷା କହିଛନ୍ତି । ଏମକେସିଜିରେ ଏହି ଶୁଭାରମ୍ଭ କାଯ୍ୟକ୍ରମରେ ଅଧିକ୍ଷକ ପ୍ର. ସନ୍ତୋଷ କୁମାର ମିଶ୍ର, ସହକାରୀ ଅଧିକ୍ଷକ ଡା. କିରଣ କୁମାର ପଟ୍ଟନାୟକ, କୋଭିଡ ହସ୍ପିଟାଲ ନୋଡାଲ ଅଧିକାରୀ ଡା ଉମାସଙ୍କର ମିଶ୍ର, ଏମକେସିଜି ପ୍ରଶାସନିକ ଅଧିକାରୀ ସଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories