www.samajalive.in
Thursday, December 11, 2025
18.1 C
Bhubaneswar

ହୋଟେଲରେ ରହିବେ କରୋନା ସଂକ୍ରମିତ; ପ୍ରତ୍ୟେକ ଜିଲାରେ ଅନ୍ୟୂନ ଗୋଟିଏ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କରୋନା ସଂକ୍ରମିତ ରହିବେ ହୋଟେଲରେ । ପ୍ରତି ଜିଲାସ୍ତରରେ ଅନ୍ୟୂନ ଗୋଟିଏ ହୋଟେଲକୁ ସଂକ୍ରମିତଙ୍କ ନିମନ୍ତେ ସଂରକ୍ଷିତ ରଖାଯିବ । ଉତ୍ତରପ୍ରଦେଶ ପ୍ରମୁଖ୍ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ହୋଟେଲକୁ ଅତି ସାମାନ୍ୟ କିମ୍ବା କୌଣସି ଲକ୍ଷଣ ନଥିବା ରୋଗୀଙ୍କ ପାଇଁ କୋଭିଡ କେୟାର ସେଣ୍ଟରରେ ପରିଣତ କରିବାକୁ ନିର୍ଦେଶ ଦେଇଛନ୍ତି ।
ତେବେ ସ୍ୱାସ୍ଥ୍ୟ ସଚିବ ଲେଖିଥିବା ଚିଠି ଅନୁଯାୟୀ ରୋଗୀଙ୍କୁ ଏହି କେନ୍ଦ୍ର ଗୁଡ଼ିକରେ ରହିବା ଖର୍ଚ୍ଚ ବହନ କରିବାକୁ ପଡିବ।
ଏହି ଚିଠିରେ ପ୍ରମୁଖ୍ ସ୍ୱାସ୍ଥ୍ୟ ସଚିବ ଜିଲ୍ଲାପାଳମାନଙ୍କୁ ଲେଖିଛନ୍ତି ଯେ ଏହି କେନ୍ଦ୍ରଗୁଡ଼ିକରେ ରହିବା ପାଇଁ ଦୈନିକ ଦେୟ ୨,୦୦୦ରୁ ଅଧିକ ଟଙ୍କା ହେବ ନାହିଁ ଏବଂ ଗୋଟିଏ କୋଠରୀ ପାଇଁ ୧,୫୦୦ ଟଙ୍କାରୁ ଅଧିକ ହେବ ନାହିଁ।
କୋଭିଡ କେୟାର ସେଣ୍ଟରରେ ପର୍ଯ୍ୟାପ୍ତ ସୁବିଧା ଅଭାବରୁ କିଛି ରୋଗୀ କିମ୍ବା ସାମାନ୍ୟ ଓ କୌଣସି ଲକ୍ଷଣ ଥିବା ରୋଗୀ ଚିକିତ୍ସା କରିବାକୁ ଚାହାଁନ୍ତି ନାହିଁ ଏବଂ ତେଣୁ ସେମାନେ ରୋଗ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏ ବାବଦରେ ଉପଯୁକ୍ତ ବିଚାର ବିଚାର ବିମର୍ଶ ପରେ ସରକାର ସେହି ରୋଗୀଙ୍କ ଚିକିତ୍ସା ପାଇଁ ଏଲ-୧ ପ୍ଲସ୍ ସ୍ତର ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେଉଁମାନଙ୍କର ଲକ୍ଷଣ ନାହିଁ ଏବଂ ଯେଉଁମାନେ ଉନ୍ନତ ସୁବିଧା ଚାହୁଁଛନ୍ତି ଏବଂ ଏହି ସୁବିଧା ପାଇଁ ଖର୍ଚ୍ଚ କରିବାର କ୍ଷମତା ରଖିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ, ପ୍ରତି ଜିଲ୍ଲାର ଗୋଟିଏ ହୋଟେଲ ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ କେୟାର ସେଣ୍ଟର ଭାବରେ ପରିଚାଳିତ ହେବ ବୋଲି ଏଥିରେ କୁହାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories