www.samajalive.in
Sunday, December 14, 2025
26.1 C
Bhubaneswar

ଜେଜେ ଗଢ଼ିଥିଲେ ସୋମନାଥ ମନ୍ଦିର, ନାତିଙ୍କ ହାତରେ ରାମମନ୍ଦିର ନିର୍ମାଣ ଦାୟିତ୍ଵ

୧୬୧ଫୁଟ ଉଚ୍ଚତାର ମନ୍ଦିରରେ ରହିବ ୫ ଶିଖର; ମାଟିର ୬୦ ଫୁଟ ତଳୁ ଆସିବ ନିଅଁ

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନିମନ୍ତେ ଆରମ୍ଭ ହୋଇଛି ପ୍ରସ୍ତୁତି । ସୂଚନା ଅନୁସାରେ କରୋନା ଯୋଗୁଁ ବିଳମ୍ବିତ ଭୂମିପୂଜନ ଆସନ୍ତା ଅଗଷ୍ଟ ୫ ତାରିଖରେ ହେବ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଏହି ମନ୍ଦିର ନିମନ୍ତେ ଭୂମି ପୂଜନ କରିବେ ।  ତେବେ ମୁଖ୍ୟ କଥା ହେଉଛି ଏହି ମନ୍ଦିର ନିର୍ମାଣ ଦାୟିତ୍ଵ ଅର୍ଥାତ୍ ନକ୍ସା ପ୍ରସ୍ତୁତି ଓ ଅନ୍ୟାନ୍ୟ କାର୍ଯ୍ୟ ସୋମପୁରା ପରିବାର ଉପରେ ନ୍ୟସ୍ତ ହୋଇଛି । ରାମମନ୍ଦିର ଟ୍ରଷ୍ଟ ସୋମପୁରା ପରିବାରକୁ ନିର୍ମାଣ ଦାୟିତ୍ଵ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଏହି  ପରିବାରର ପୂର୍ବପୁରୁଷ ଗୁଜରାଟର ସୋମନାଥ ମନ୍ଦିର ନିର୍ମାଣ କରିଥିଲେ ।

ଗତକାଲି (ଶନିବାର) ଟ୍ରଷ୍ଟର ବୈଠକ ପରେ ଚମ୍ପତ ରାୟ କହିଛନ୍ତି ଯେ ସୋମପୁରା ପରିବାର ରାମମନ୍ଦିର ନିର୍ମାଣ କରିବ । ଏହି ଲୋକମାନେ ସୋମନାଥ ମନ୍ଦିର (ବର୍ତମାନର) ନିର୍ମାଣ କରିଥିଲେ । ସେ କହିଥିଲେ ଯେ ଚନ୍ଦ୍ରକାନ୍ତ ସୋମପୁରାଙ୍କ ମଡ଼େଲରେ କିଛିଟା ପରିବର୍ତନ କରାଯାଇଛି ଏବଂ ପ୍ରସ୍ତାବିତ ମନ୍ଦିର ୧୬୧ ଫୁଟ ଉଚ୍ଚତାବିଶିଷ୍ଟ ହେବ । ଏଥିରେ ୩ଟି ପରିବର୍ତ୍ତେ ୫ଟି ଶିଖର ରହିବ । ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଗୁରୁବାର ଅଯୋଧ୍ୟା ଯାତ୍ରା କରିଥିଲେ ଓ ତାଙ୍କ ସହ କିଛି ଶୀର୍ଷସ୍ତରୀୟ ଇଞ୍ଜିନିୟର ମଧ୍ୟ  ଅଯୋଧ୍ୟା ଯାଇଥିଲେ। ସେମାନେ ନିର୍ମାଣସ୍ଥଳ ଯାଞ୍ଚ କରିଥିଲେ,  ପ୍ରସ୍ତାବିତ ରାମମନ୍ଦିର ଢ଼ାଞ୍ଚା ଓ ନକ୍ସା ପ୍ରସ୍ତୁତ କରିଥିବା ବାସ୍ତୁଶିଳ୍ପୀ ଚନ୍ଦ୍ରକାନ୍ତ ସୋମପୁରା ଓ ତାଙ୍କ ପୁଅ ନିଖିଳ ସୋମପୁର ଏବେ ଅଯୋଧ୍ୟାରେ ନିର୍ମାଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

- Advertisement -

କିଏ ଏହି ସୋମପୁରା ପରିବାର
୧୯୮୭ ମସିହାରେରାମମନ୍ଦିର ନକ୍ସା ଶିଳ୍ପୀ ଚନ୍ଦ୍ରକାନ୍ତ ସୋମପୁରା ପ୍ରସ୍ତୁତ କରିଥିଲେ । ବିଶ୍ଵହିନ୍ଦୁ ପରିଷଦର ତତକାଳୀନ ଅଧ୍ୟକ୍ଷ ଅଶୋକ ସିଂଘଲଙ୍କ ପରାମର୍ଶରେ ସେ ଏହି କାର୍ଯ୍ୟ କରିଥିଲେ । ଏହି ପରିବାରର ପୂର୍ବପୁରୁଷ ଅର୍ଥାତ୍ ଜେଜେବାପା ସୋମନାଥ ମନ୍ଦିର ନକ୍ସା ଓ ଢ଼ାଞ୍ଚା ପ୍ରସ୍ତୁତ କରିଥିଲେ । ପିଢ଼ି ପରେ ପିଢ଼ି ବିତିଯାଇଥିଲେ ମଧ୍ୟ ସୋମପୁରା ପରିବାର ବିଭିନ୍ନ ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ।
୬୦ ମିଟର ଗଭୀରତାରୁ ଯାଞ୍ଚ କରାଯାଉଛି ଭୂମିର ସ୍ଥିତି
ଅଯୋଧ୍ୟାରେ ରାମ ମନ୍ଦିର ନିମନ୍ତେ ଭୂମି ସମତଳ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । କାର୍ଯ୍ୟର ଅଗ୍ରଗତିରେ ଟ୍ରଷ୍ଟର ସଦସ୍ୟ ବେଶ୍ ସନ୍ତୁଷ୍ଟ । ଲାର୍ସନ ଏଣ୍ଡ ଟ୍ୟୁବ୍ରୋ କମ୍ପାନୀ ମାଟି ନମୁନା ସଂଗ୍ରହ କରି ଯାଞ୍ଚ ନିମନ୍ତେ ପଠାଇଛନ୍ତି । ୬୦ ମିଟର ନିମ୍ନ ପର୍ଯ୍ୟନ୍ତ ମାଟି ପରୀକ୍ଷା କରାଯାଇଛି । ଏହା ଆଧାରରେ ନିଅଁ ପ୍ରସ୍ତୁତ କରାଯିବ ବୋଲି ଚମ୍ପତ ରାୟ କହିଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories