www.samajalive.in
Monday, December 8, 2025
16.1 C
Bhubaneswar

ଆସନ୍ତାକାଲିଠାରୁ ଗଜପତି ଜିଲାର ପୌରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଲକ୍‌ଡାଉନ୍‌

ଗଜପତି: ଜୁଲାଇ ମାସରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି । ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ରାଜ୍ୟ​‌ରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେଉଁଠି ଲକ୍‌ଡାଉନ୍ ତ କେଉଁଠି ସଟଡାଉନ ଘୋଷଣା କରାଯାଇଛି ।

ଏହାରି ଭିତରେ ଗଜପତି ଜିଲାର ନିର୍ଦ୍ଧିଷ୍ଟ ଅଞ୍ଚଳରୁ ଜିଲାପାଳ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲିଠାରୁ ସକାଳ୫ରୁ ୩୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ପାଇଁ ଲକ୍‌ଡାଉନ୍ କଟକଣା ଲାଗୁ ହେବ ଏଥି ସହିତ ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନଏସି ମଧ୍ୟ ଲକ୍‌ଡାଉନ୍ ରହିବ । ୮ଟି ବ୍ଲକର ୧୧ଟି ପଞ୍ଚାୟତରେ ମଧ୍ୟ ଲକ୍‌ଡାଉନ୍ କଟକଣା ଲାଗୁ ହେବ ବୋଲ ଜିଲାପାଳ ଘୋଷଣା କରିଛନ୍ତି ।

- Advertisement -

ଏହି ଲକ୍‌ଡାଉନ୍‌ ସମୟରେ ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳରେ ସକାଳ ୭ଟା ରୁ ଦିନ ୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୀ ହେବ । ବାକି ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଗଜପତି ଜିଲାରେ ଆଉ ୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୩କୁ ବୃଦ୍ଧି ପାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories