www.samajalive.in
Tuesday, December 9, 2025
15.1 C
Bhubaneswar

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି : ୨୪ ଘଣ୍ଟା ମଧ୍ୟରେ ୩୮,୯୦୨ ସଂକ୍ରମିତ ଚିହ୍ନଟ, ୫୪୩ ମୃତ

​ନୂଆଦିଲ୍ଲୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି। ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଦେଶରେ ଅନିୟନ୍ତ୍ରିତ ହେଉଛି କରୋନା। ଏହାରି ମଧ୍ୟରେ ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ରେକର୍ଡ ଅନୁପାତରେ ବଢିବାରେ ଲାଗିଛି। ଶନିବାର ଗୋଟିଏ ଦିନରେ ୩୪,୮୮୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରବିବାର ସବୁ ରେକର୍ଡ ଭାଙ୍ଗି ଦେଶରେ ରେକର୍ଡ ସଂଖ୍ୟକ ପୁଣି ୩୮ ହଜାର ୯୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ରେ ପହଞ୍ଚିଛି। ଅନ୍ୟପଟେ ରବିବାର ଆଉ ୫୪୩ ସଂକ୍ରମିତଙ୍କ ମୃତ୍ୟୁ ସହିତ ମୋଟ କରୋନା ମୃତ୍ୟୁସଂଖ୍ୟା ୨୬,୮୧୬ ରେ ପହଞ୍ଚିଛି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬ ଲକ୍ଷ ୭୭ ହଜାର ୪୨୩ ଜଣ ସୁସ୍ଥ ହୋଇଥିବାବେଳେ ସୁସ୍ଥତା ହାର ୬୩.୩୪କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଏବେ ୩ ଲକ୍ଷ ୭୩ ହଜାର ୩୭୯ ସଂକ୍ରମିତ ଚିିକିତ୍ସାଧୀନ ଅଛନ୍ତି।


ଦେଶରେ କରୋନାର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ରରେ ମଧ୍ୟ ସ୍ଥିତି ସଙ୍ଗିନ ।  ୩ ଲକ୍ଷ ପାର କରିଛି ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ମହାରାଷ୍ଟ୍ରରୁ ୮ ହଜାର ୩୪୮ ଭୂତାଣୁ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୩୭କୁ ବୃଦ୍ଧି ପାଇଛି । ଶୁକ୍ରବାର ଅପେକ୍ଷା ଶନିବାର ମହାରାଷ୍ଟ୍ରରୁ ଅଧିକ ପଜିଟିଭ୍ କେସ୍ ଆସିଛି । ସେହିପରି ଗତ ୨୪ ଘଣ୍ଟାରେ ଆଉ ୧୪୪ ଜଣଙ୍କର ଜୀବନ ନେଇଛି କରୋନା । ଏହାସହ ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ୧୧ ହଜାର ୫୧୬କୁ ବଢ଼ିଛି ।

- Advertisement -


ମୁମ୍ବାଇରେ ସଂକ୍ରମଣ ଅଧିକ । କେବଳ ମୁମ୍ୱାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପି ଯାଇଛି । ଗତ ୨୪ ଘଣ୍ଟାରେ ମୁମ୍ୱାଇରୁ ବାହାରିଛି ୧ ହଜାର ୧୮୬ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୫୦ । କେବଳ ମୁମ୍ୱାଇରେ ମୃତ୍ୟୁବରଣ କଲେଣି ୫ ହଜାର ୬୫୦ ଆକ୍ରାନ୍ତ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories