www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱେଚ୍ଛାକୃତ ଆୟକର ପ୍ରଦାନ ଇ-ଅଭିଯାନ ୨୦ରୁ

ଭୁବନେଶ୍ବର : ସ୍ୱେଚ୍ଛାକୃତ ଭାବେ ଆୟକର ପ୍ରଦାନ ପାଇଁ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଚଳିତମାସ ୨୦ରୁ ଇ-ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ୧୧ ଦିନ ଧରି ଚାଲି ଚଳିତମାସ ୩୧ରେ ଶେଷ ହେବ । ଏଥିରେ ମୁଖ୍ୟତଃ କରଦାତା/ଆସେସି ଯେଉଁମାନେ ରିଟର୍ଣ୍ଣ ଫାଇଲ କରୁନାହାନ୍ତି କିମ୍ବା ୨୦୧୮-୧୯ ଆର୍ଥିକ ବର୍ଷରେ ସେମାନଙ୍କ ରିଟର୍ଣ୍ଣ ଫାଇଲରେ ତ୍ରୁଟି ଅଥବା ତଥ୍ୟଗତ ଅଭାବ ରହିଛି, ସେମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବ । ଏହି ଅଭିଯାନ କେବଳ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ଉଦ୍ଦିଷ୍ଟ । ଏହି ଅଭିଯାନ କାଳରେ ଟିକସଦାତାଙ୍କୁ ଅନ୍‌ଲାଇନ ବ୍ୟବସ୍ଥାରେ ନିଜର ଟିକସ/ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ସଚେତନ କରାଯିବ । ସ୍ୱେଚ୍ଛାକୃତ ଭାବରେ ନିଜର ଆୟ ଏବଂ ଟିକସ ଆଦି ସମ୍ପର୍କରେ ଆୟକର ବିଭାଗକୁ ସୂଚନା ଦେବାକୁ ଲୋକଙ୍କୁ କୁହାଯିବ । ଏହାଫଳରେ ସଂପୃକ୍ତ ବ୍ୟକ୍ତିବିଶେଷ ବା ଆୟକାରୀ ଅଯଥା ଆୟକର ବିଭାଗର ସନ୍ଦେହରେ ରହିବେ ନାହିଁ କିମ୍ବା ତାଙ୍କ ପାଖକୁ ନୋଟିସ ପଠାଯିବ ନାହିଁ ।

ଏହି କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା କେତେକ ଟିକସଦାତାଙ୍କ ପାଖକୁ ଆୟକର ବିଭାଗ ପକ୍ଷରୁ ଇ-ମେଲ ଓ ଏସ୍‌ଏମ୍‌ଏସ୍‌ ପଠାଯିବ । ଏଥିରେ ସେମାନଙ୍କର ବିଭିନ୍ନ ସୂତ୍ରରୁ ହୋଇଥିବା ଆୟ, ଆର୍ଥିକ କାରବାର, ଟିଡିଏସ୍‌,ଟିସିଏସ୍‌, ଫରେନ ରେମିଟାନ୍ସ ଆଦି ସମ୍ପର୍କରେ ପ୍ରଶ୍ନ ପଚରାଯିବ । ପଚରାଯାଇଥିବା ପ୍ରଶ୍ନଗୁଡିକ ସମ୍ପର୍କରେ ସମ୍ପୃକ୍ତ ଆୟକାରୀଙ୍କୁ ଆୟକର ବିଭାଗକୁ ତଥ୍ୟ ଦେବାକୁ ପଡିବ । ଆୟକର ବିଭାଗ ମଧ୍ୟ ଜିଏସ୍‌ଟି, ରପ୍ତାନି, ଆମଦାନୀ ଏବଂ ପ୍ରତିଭୂତି କାରବାର, ମ୍ୟୁଚୁଆଲ ଫଣ୍ଡ, କ​‌େ​‌ମାଡିଟିଜ୍‌ ଓ ଡେରିଭେଟିସ୍‌ ଆଦି ଆର୍ଥିକ କାରବାର ସଂକ୍ରାନ୍ତ ସୂଚନା ସଂଗ୍ରହ କରିଛି । ଏ ସବୁ ବିଷୟରେ ମଧ୍ୟ ଆୟକରଦାତାଙ୍କୁ ପଚରା ଯାଇପାରେ । ଆହୁରି ମଧ୍ୟ କେତେକ ବ୍ୟକ୍ତିବିଶେଷ ମୋଟା ଅଙ୍କର ଅର୍ଥ କାରବାର କରିଥିଲେ ହେଁ ନିଜର ଆୟକର ରିଟର୍ଣ୍ଣ ନିୟମ ଅନୁସାରେ ତାହା ଦର୍ଶାଇନାହାନ୍ତି । ଏମାନଙ୍କୁ ସବୁ ଚିହ୍ନଟ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ବର୍ଷ (୨୦୧୮-୧୯ ଆର୍ଥିକବର୍ଷ ପାଇଁ) ନିମନ୍ତେ ଆୟକର ରିଟର୍ଣ୍ଣ ଦାଖଲ ଓ ସଂଶୋଧନ କରିବାର ଶେଷ ତାରିଖ ୨୦୨୦ ଜୁଲାଇ ୩୧ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ଆୟକର ବିଭାଗ ପକ୍ଷରୁ ଯେଉଁ ଇ-କ୍ୟାମ୍ପେନ ଆରମ୍ଭ ହୋଇଛି ନିଜର ସୁବିଧା ପାଇଁ ଆୟକରଦାତାମାନେ ତାହାର ସୁଯୋଗ ନେବାକୁ ଆୟକର ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories