www.samajalive.in
Sunday, December 7, 2025
16.1 C
Bhubaneswar

ହ୍ୟାକିଂ ପରେ : ଟୁଇଟରକୁ ​‌ନୋଟିସ୍‌

ନୂଆଦିଲ୍ଲୀ  : ନିକଟରେ ଦେଶରେ ସଂଘଟିତ ହ୍ୟାକିଂ ଘଟଣା ପରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟରକୁ କେନ୍ଦ୍ର ସରକାର ନୋଟିସ୍‌ ଜାରି କରିଛନ୍ତି । ଭାରତୀୟ ସାଇବର ସିକ୍ୟୁରିଟି ନୋଡାଲ ଏଜେନ୍ସି ସିଇଆର୍‌ଟି-ଇନ୍‌ ଏ ନେଇ ସଂସ୍ଥାକୁ ​ନୋଟିସ ‌ ପଠାଇଛି । ଏଥିରେ ନିକଟରେ ବିଶ୍ବରେ ହୋଇଥିବା ହ୍ୟାକିଂ ଘଟଣାରେ କେଉଁ ସବୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ୍‌ କରାଯାଇଥିଲା ସେ ନେଇ ପ୍ରଶ୍ନ କରାଯାଇଛି । ନୋଟିସ୍‌ରେ ନିର୍ଦ୍ଧିଷ୍ଟ ଭାବେ କେତେକ ସଂଖ୍ୟକ ଭାରତୀୟ ବ୍ୟବହାରକାରୀ ସେମାନଙ୍କର ଡାଟାକୁ ନେଇ ପ୍ରଭାବିତ ହୋଇଥିଲେ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ କୁହାଯାଇଛି । ଏଡାଛଡା ଭାରତର କେତେ ସଂଖ୍ୟକ ୟୁଜର ଏହି କ୍ଷତିକାରର ଟୁଇଟ୍‌ ଏବଂ ଲିଙ୍କ୍‌ଗୁଡିକୁ ଭିଜିଟ୍‌ କରିଛନ୍ତି । ତେବେ ଏହି ହ୍ୟାକିଂରେ କ୍ଷତିଗ୍ରସ୍ତ ବ୍ୟବହାରକାରୀଙ୍କୁ ସେମାନଙ୍କର ଟୁଇଟର ଆକାଉଣ୍ଟକୁ ଆସୁଥିବା ଅନାବଶ୍ୟକ ସୂଚନାକୁ ଆକ୍‌ସେସ୍‌ ନ କରିବାକୁ ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା କି ନାହିଁ ସେ ସମ୍ପର୍କରେ ମଧ୍ୟ ତଥ୍ୟ ବିଭାଗ ମାଗିଛି । ତେବେ ଏ ସମ୍ପର୍କରେ ଟୁଇଟର ପକ୍ଷରୁ ତୁରନ୍ତ କୌଣସି ସୂଚନା ଦିଆଯାଇ ନ ଥିବା ଜଣାଯାଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories