www.samajalive.in
Sunday, December 14, 2025
26.1 C
Bhubaneswar

ଗଞ୍ଜାମ ପାଇଁ ନୂଆ ରଣକୌଶଳ: ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ର ଓପିଡି ଓ ଏମର୍ଜେନ୍ସିକୁ ତୁରନ୍ତ ଖୋଲାଯିବ

ଭୁବନେଶ୍ବର: ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏଥିସହ ସଂକ୍ରମଣ ବ୍ୟାପୁଥିବାରୁ ଜିଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସବୁଦିନ ସର୍ବାଧିକ ଚିହ୍ନଟ ହେଉଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ନୂଆ କୌଶଳ ଆପଣେଇଛନ୍ତି । ଗଞ୍ଜାମ ଜିଲାରେ ଭିତ୍ତିଭୂମି ସମ୍ପ୍ରସାରଣ, ଟେଲି ମେଡ଼ିସିନ୍‌ ଓ ସଚେତନତନା ଉପରେ ଗୁରୁତ୍ବ ଦିଆଯାଇଛି। ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ର ଓପିଡି ଓ ଏମର୍ଜେନ୍ସିକୁ ତୁରନ୍ତ ଖୋଲାଯିବ। ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ରେ ଜଣେ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବେ। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏମ୍‌କେସିଜି)ର ଶିଶୁ ୱାର୍ଡ ୧୦୦ଶଯ୍ୟା କୋଭିଡ୍‌ ୱାର୍ଡ ହେବ। ବିଦ୍ୟୁତ୍‌ପୁର ଓ ଶିଶୁ ମନ୍ଦିରରେ ୧୫୦ଶଯ୍ୟା କୋଭିଡ୍‌ କେୟାର୍‌ କେନ୍ଦ୍ର ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ଦିଆଯାଇଛି।
ଆଜି ରାଜ୍ୟରେ ୫୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଗଞ୍ଜାମ ଜିଲାରୁ ସର୍ବାଧିକ ୧୮୨ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗଞ୍ଜାମ ଜିଲାରେ ଆକ୍ରନ୍ତଙ୍କ ସଂଖ୍ୟା ୫୨୮୦କୁ ବୃଦ୍ଧି ପାଇଛି। ସେହିଭଳି ୩୭୭୫ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବାବେଳେ ୧୯୫୦ ଆକ୍ଟିଭ କେସ୍ ରହିଛି।
ଜିଲାର ୮୪ ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ ଜୋନ୍‌ରେ ଏବଂ ୧୬ ପ୍ରତିଶତ ଗ୍ରାମାଞ୍ଚଳ ରେଡ୍‌ ଜୋନରେ ରହିଛି। ଜିଲାର ୩୦୬୬ଟି ଗାଁ ରହିଛି ସେଥିରୁ ୨୫୬୪ଟି ଗାଁ ଗ୍ରୀନ୍‌ ଜୋନରେ ଥିବାବେଳେ ୫୦୨ଟି ଗାଁ ରେଡ୍‌ ଜୋନ୍‌ରେ ରହିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories