www.samajalive.in
Saturday, December 13, 2025
26.1 C
Bhubaneswar

ସଟଡାଉନ ପ୍ରଭାବ, ଦେବଗଡ ପୌରାଞ୍ଚଳ ଜନଶୂନ୍ୟ

ଦେବଗଡ : ଦେବଗଡ ପୌରାଞ୍ଚଳରେ ସମ୍ଭାବ୍ୟ କରୋନା ସଂକ୍ରମଣ ରୋକିବା ନେଇ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କ୍ଷୀର , ଅଣ୍ଡା, ଫଳ,ତେଜରାତି ଓ ପନିପରିବା ଆଦି ଦୋକାନ ଖୋଲା ରହିଥିବା ବେଳେ ୧୦ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଔଷଧ ଏବଂ ଜରୁରୀ ସେବାକୁ ଛାଡି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କମ୍‍ ସଂଖ୍ୟକ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ଖୋଲା ରହିଥିଲା। ଜିଲା ପ୍ରଶାସନର ବହୁ ଅଧିକାରୀ ସମଗ୍ର ଦେବଗଡ ପୌରାଞ୍ଚଳରେ ବୁଲି ବୁଲି ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଏସପି ଦାଇତ୍ୱରେ ଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବି ନାରାୟଣସିଙ୍କ ନେତୃତ୍ୱରେ ଜଣେ ଡିଏସ୍‍ପି, ୪ ଜଣ ଇନ୍ସପେକ୍ଟର ଓ ୬ଜଣ ସବ ଇନ୍ସପେକ୍ଟରଙ୍କ ସମେତ ୨ ପ୍ଲାଟୁନ ପୁଲିସ ଫୋର୍ସ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ମୁତୟନ ହୋଇ ଅମାନିଆଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସଟଡାଉନ ନିୟମ ଉଲ୍ଲଂଘନ କାରୀଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି ଶ୍ରୀ ସି ପ୍ରକାଶ କରିଛନ୍ତି। ଆସନ୍ତା କାଲି ମଧ୍ୟ ସଟଡାଉନ ଜାରୀ ରହିବାକୁ ଥିବାବେଳେ ପୌରାଞ୍ଚଳର ଜନସାଧାରଣ ଜିଲ୍ଲା ପ୍ରଶାସନର ସଟଡାଉନ ଆଦେଶକୁ ସମ୍ମାନ ଜଣାଇ ସ୍ୱେଚ୍ଛାକୃତ ଭାବେ ନିଜ ନିଜ ଘରୁ ବାହରକୁ ବାହାରୁ ନଥିବା ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୦ଟା ପରଠାରୁ ପୈାରାଚଂଳର ସମସ୍ତ ଦୋକାନ ବଜାର ବନ୍ଦ ହେବା କାରଣରୁ ଦେବଗଡ ପୌରାଞ୍ଚଳର ସମସ୍ତ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories