www.samajalive.in
Sunday, December 14, 2025
26.1 C
Bhubaneswar

କୋହଳ ହେଲା ଆଇଆଇଟିରେ ନାମଲେଖା

ନୂଆଦିଲ୍ଲୀ: ଯୁକ୍ତ ଦୁଇ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାର କିଛି ବିଷୟ ଦେଶର ଅନେକ ବୋର୍ଡ/ପରିଷଦ ସ୍ଥଗିତ ରଖିବା ପରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) କର୍ତ୍ତପକ୍ଷ ଏଥର ନାମଲେଖା ପ୍ରକ୍ରିୟାରେ କୋହଳ ପ୍ରଦାନ କରିବାକୁ ନିଷ୍ପତ୍ତିନେଇଛନ୍ତି। ଯେଉଁମାନେ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନେ ଦେଶର ବିଭିନ୍ନ ଆଇଆଇଟିରେ ନାମଲେଖା ପାଇଁ ଯୋଗ୍ୟ ହେବେ। ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇଆଇଟିରେ ନାମଲେଖା କୋହଳ କରାଯାଇଛି ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ୍‌ ପୋଖରିୟାଲ୍‌ ସୂଚନା ଦେଇଛନ୍ତି।
ଆଇଆଇଟି ନାମଲେଖା ସମୟରେ ଏଥର ଯୁକ୍ତ ଦୁଇ ନମ୍ବରକୁ ବିଚାରକୁ ନିଆଯିବ ନାହିଁ। ଯୁକ୍ତ ଦୁଇ କିମ୍ବା ଦ୍ବାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଆଇଆଇଟି ଆଡ୍‌ଭାନ୍ସଡ୍‌ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଇଆଇଟିରେ ନାମଲେଖା ପାଇଁ ସୁଯୋଗ ଦିଆଯିବ। ପୂର୍ବରୁ ଯୁକ୍ତ କିମ୍ବା ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୭୫% ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ଥିଲା। ଏବେ ଏଥିରେ କୋହଳ କରାଯାଇଛି ବୋଲି ଟ୍ବିଟ୍‌ ଯୋଗେ ସୂଚନା ଦେଲେ ମାନବ ସମ୍ବଳ ବିକାଶମନ୍ତ୍ରୀ ରମେଶ ପୋଖରିୟାଲ୍‌।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories