www.samajalive.in
Wednesday, December 10, 2025
17.1 C
Bhubaneswar

ମାନବପ୍ରେମୀ ଆଦିତ୍ୟ ଦାସ ହତ୍ୟା ଘଟଣାରେ ଖୋଲିବ କି ଗୁମର? ଟ୍ରେନ୍ ଡ୍ରାଇଭର ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ଵର : ସମାଜସେବୀ ଆଦିତ୍ୟ ଦାସଙ୍କ ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି। ପ୍ରଥମେ ଆଦିତ୍ୟଙ୍କ ମୃତ୍ୟୁକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ ଧିରେ ଧିରେ ଏହା ଆତ୍ମହତ୍ୟ ନୁହେଁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ତାଙ୍କ ବନ୍ଧୁମାନେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ କରୁଥିବା ଜିଆର୍‌ପି ପୁଲିସର ତଦନ୍ତ ମୁତାବକ ସିସିଟିଭି ଫୁଟେଜ୍‌ରେ ଆଦିତ୍ୟ ସନ୍ଧ୍ୟା ୭ଟା ସମୟରେ ଲିଙ୍ଗରାଜ ଷ୍ଟେସନ ଆଡ଼କୁ  ଯାଉଥିବାର ଫୁଟେଜ୍ ହସ୍ତଗତ ହୋଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଗତ ୬ ତାରିଖ ଦିନ ରାତି ୮ଟାରୁ ୯ଟା ୩୦ ମିନିଟ୍ ସମୟ ମଧ୍ୟରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଯାହା ପରେ ଜିଆର୍‌ପି ପୁଲିସ ସନ୍ଦେହ କରୁଥିଲା କି ଟ୍ରେନ ଦୁର୍ଘଟଣାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି।

ସେହିଦିନ ସନ୍ଧ୍ୟା ୬ଟା ରୁ ରାତି ୧୦ ଭିତରେ ସେହି ରୁଟ୍‌ ଦେଇ ଯାଇଥିବା ଟ୍ରେନର ତାଲିକା ଜିଆର୍‌ପି ପୁଲିସକୁ ଦିଆଯାଇଥିଲା । ଖୋର୍ଦ୍ଧା ରେଳ ଡିଭିଜନ ଜିଆରପିକୁ ଟ୍ରେନ ଯାତାୟତର ତାଲିକା ପ୍ରଦାନ କରିଥିଲା। ଏପଟରେ କୁହାଯାଉଥିଲା କି ପୁରୁଷୋତ୍ତମ ଏକ୍ସପ୍ରେସ ଦୁର୍ଘଟଣାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି। କିନ୍ତୁ ବର୍ତ୍ତମାନ ଜିଆରପି ପୁଲିସର ଏହି ସନ୍ଦେହ ମଧ୍ୟ ଭୁଲ୍ ପ୍ରମାଣିତ ହୋଇଥିଲା। ଯେତେବେଳେ ଏହି ଘଟଣାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ଆଉ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ସେ ଦିନ ପୁରୁଷୋତ୍ତମ ଏକ୍ସପ୍ରେସର ଡ୍ରାଇଭର। ସେଦିନ ପୁରୁଷୋତ୍ତମ ଏକ୍ସପ୍ରେସ କୌଣସି ଲୋକଙ୍କୁ ଧକ୍କା ଦେଇନଥିବା କହିଥିଲେ ଲୋକ ପାଇଲଟ ବିଷ୍ଣୁ ଚରଣ ସେଠୀ ।

- Advertisement -

ପ୍ରଥମେ ଜିଆର୍‌ପି ପୁଲିସ ଯେଉଁ ସନ୍ଦେହ କରୁଥିଲା ତାହା ଭୁଲ ପ୍ରମାଣିତ ହେବାପରେ ବର୍ତ୍ତମାନ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆର୍‌ପି ପୁଲିସ ଜେରା କରିବ ବୋଲି ଜଣାପଡିଛି। ବିଦ୍ୟାଶ୍ରୀଙ୍କୁ ଜେରା ପୂର୍ବରୁ ଆଦିତ୍ୟଙ୍କ ବନ୍ଧୁ ଓ ଘରମାଲିକଙ୍କୁ ମଧ୍ୟ ଜେରା କରିଥିଲା ପୁଲିସ। ଏଥି ସହିତ ଲୋନ୍ କାରବାର ତଥା ତାଙ୍କ ଦ୍ୱାରା ପରିଚାଳିତ ଏନଜିଓ ସମ୍ପର୍କରେ ପଚରାଉଚରା କରିବା ଲାଗି ଜିଆରପି ଆଦିତ୍ୟଙ୍କ ବନ୍ଧୁ ପପୁ, ବିକାଶ ଏବଂ ପ୍ରୀତମଙ୍କୁ ପଚରାଉଚରା କରିସାରିଛି। ଏପରିକି ଏହି ମାମଲା ସହ ଜଡିତ ୨୦ ଜଣଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିସାରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories