www.samajalive.in
Friday, December 12, 2025
26.1 C
Bhubaneswar

୩ ହଜାର ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଜାଲରେ ବାସୁଦେବପୁର ସିଡିପିଓ

ବାସୁଦେବପୁର : ବାସୁଦେବପୁର ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ଅଧିକାରୀ (ସିଡିପିଓ)ଜାନକୀ ଦାସ ଆଜି ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ କାବୁ କରିଛି । ଏହି କାର୍ଯ୍ୟାଳୟରେ ଠିକା ଡ୍ରାଇଭର ଭାବେ କାମ କରୁଥିବା ରାଜ କିଶୋର ନାୟକଙ୍କ ବକେୟା ଦରମା କରାଇ ଦେବାପାଇଁ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ଡ୍ରାଇଭର ଏହି କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଠିକା କର୍ମଚାରୀ ଭାବେ କାମ କରୁଥିଲେ । କାର୍ଯ୍ୟାଳୟ ହାତ ପାଣ୍ଠିରୁ ଦରମା ପାଉଥିଲେ। ହେଲେ କିଛି ମାସ ଧରି ହାତ ପାଣ୍ଠି ମିଳିନଥିବାରୁ ଡ୍ରାଇଭରକୁ ଦରମା ମିଳିନଥିଲା। ପାଖାପାଖି ୪୦ ହଜାର ଟଙ୍କା ବକେୟା ପାଇବାକୁ ରହିଥିଲା। ନିକଟରେ ହାତ ପାଣ୍ଠି ଆସିବ ପରେ ଦରମା କରାଇ ଦେବାକୁ ଡ୍ରାଇଭର ସିଡିପିଓଙ୍କୁ କହିଥିଲେ। ହେଲେ ଏହି ବକେୟା ଦରମା କରାଇ ଦେବାପାଇଁ ଡ୍ରାଇଭରକୁ ୩ହଜାର ଟଙ୍କା ଦେବାପାଇଁ ସିଡିପିଓ ଜାନକୀ ଦାସ କହିଥିଲେ । ନିରୁପାୟ ହୋଇ ଡ୍ରାଇଭର ଭିଜିଲାନ୍ସ ବିଭାଗର ଦ୍ଵାରସ୍ତ ହୋଇଥିଲେ। ପୂର୍ବ ଯୋଜନା ଅନୁଯାଇ ଶୁକ୍ରବାର ଡ୍ରାଇଭର ୩ହଜାର ଟଙ୍କା ସିଡିପିଓଙ୍କୁ ଦେଉଥିବା ବେଳେ, ଭିଜିଲାନ୍ସ କାବୁ କରିନେଇଥିଲେ । ଭିଜିଲାନ୍ସ ଟିମ ସିଡିପିଓ ଗିରଫ କରିବା ସହ ତାଙ୍କର ନିଜସ୍ଵ କାରକୁ ନେଇଯାଇଛି। ତା’ସହିତ କାର୍ଯ୍ୟାଳୟର କିରାଣୀକୁ ସାଥିରେ ନେଇଯାଇଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories