www.samajalive.in
Sunday, December 7, 2025
26.1 C
Bhubaneswar

ଆଦିବାସୀ ଯୁବକଙ୍କ ଇଂରାଜୀ ଶିକ୍ଷା ନାଁରେ ୭.୩ କୋଟି ଲୁଟ୍; ୪ ଆଇଏଏସଙ୍କ ସହ ୧୦ ଅଧିକାରୀଙ୍କ ନାଁରେ ମାମଲା

ଆଦିବାସୀ ଯୁବକମାନଙ୍କ ଇଂରାଜୀ ଜ୍ଞାନର ବିକାଶ ନିମନ୍ତେ ହୋଇଥିଲା ଯୋଜନା । ୧୪୮୨୬ ଛାତ୍ରଛାତ୍ରୀ ଏଥିରେ ଉପକୃତ ହୋଇଥାଆନ୍ତେ । ମାତ୍ର ପ୍ରଶିକ୍ଷାର୍ଥୀଙ୍କ ନାଁରେ ଅଧିକାରୀମାନେ ଲୁଟିନେଲେ ପ୍ରାୟ ୭.୩ କୋଟି ଟଙ୍କା । ଯୁବକଯୁବତୀଙ୍କୁ ତାଲିମ ଦିଆଯାଇଥିବା ରିପୋର୍ଟ ଦିଆଯାଇ ରାଜକୋଷରୁ ଏହି ଅର୍ଥ ଉଠାଇ ନିଆଗଲା । ଏହି ଅଭିଯୋଗ ଆଧାରରେ ଜଣେ ନିଲମ୍ବିତ ଓ ୩ ଅବସରପ୍ରାପ୍ତ ଆଇଏଏସଙ୍କ ସମେତ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଏହି ଘଟଣା ଘଟିଛି ବିହାରରେ । ବିହାର ମହାଦଳିତ ବିକାଶ ମିଶନରେ ଅନିୟମିତତା ଅଭିଯୋଗରେ ଭିଜିଳାନ୍ସ ତଦନ୍ତ ବ୍ୟୁରୋ (ଭିଆଇବି) ମାମଲା ରୁଜୁ କରିଛି । ଅନୁସୂଚୀତ ଯୁବକମାନଙ୍କ କଥିତ ଇଂରାଜୀରେ ଉନ୍ନତି ଆଣିବା ପାଇଁ ଏହି ଯୋଜନା ହୋଇଥିଲା । ମାତ୍ର ଏଥିରେ ଅନିୟମିତା ହୋଇଥିବା ଅଭିଯୋଗ ହେବା ପରେ ତଦନ୍ତ ନିର୍ଦେଶ ଦିଆଯାଇଥିଲା।

- Advertisement -

ବୁଧବାର ପାଟନା  ଭିଜିଲାନ୍ସ ପୋଲିସ୍ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ଅନୁଯାୟୀ, ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ନାଁରେ  ୨୦୧୨ ରୁ ୨୦୧୬ ମଧ୍ୟରେ ଏହି ଅଧିକାରୀମାନେ ୭.୩ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରିଛନ୍ତି । ଏଥିରେ ମିଶନ ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀପଦରୁ ନିଲମ୍ବିତ ହୋଇଥିବା ଏସ୍.ଏମ୍.ରାଜୁଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି ।

ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ  ତଥା ମିଶନ ନିର୍ଦ୍ଦେଶକ ରାଘବେନ୍ଦ୍ର ଝା, ରାଜନାରାୟଣ ଲାଲ ଏବଂ ରାମାଶିଷ ପାଶୱାନଙ୍କ ସହ  ମିଶନ ସଂଯୋଜକ ଅନିଲ କୁମାର ସିହ୍ନା ଏବଂ ତତ୍କାଳୀନ ସହକାରୀ ନିର୍ଦ୍ଦେଶକ ହରେନ୍ଦ୍ର କୁମାର ଶ୍ରୀବାସ୍ତବ ଏବଂ ବୀରେନ୍ଦ୍ର ରାୟଚୌଧୁରୀ ଏବଂ ପୂର୍ବତନ ରାଜ୍ୟ ପ୍ରକଳ୍ପ ଅଧିକାରୀ ଦେବଯନୀ କରଙ୍କୁ ଅଭିଯୁକ୍ତ କରାଯାଇଛି । ଇଂରାଜୀ ତାଲିମ କାର୍ୟ୍ୟକ୍ରମରେ ନିୟୋଜିତ ଥିବା ବ୍ରିଟିଶ ଲିଙ୍ଗୁଆର ପରିଚାଳନା ନିର୍ଦ୍ଦେଶକ ବିରବଲ ଝାଙ୍କୁ ମଧ୍ୟରେ ଅଭିଯୁକ୍ତ ଦର୍ଶାଯାଇଛି ।   ଠକେଇ ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ସେମାନଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ବିଭାଗ ଅଧୀନରେ ବୁକ୍ କରାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories