www.samajalive.in
Saturday, December 13, 2025
26.1 C
Bhubaneswar

ସମାଜର ମଙ୍ଗଳ ନିମନ୍ତେ ସ୍ଥାୟୀ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଅନ୍ତୁ ଯୁବ ଉଦ୍ୟୋଗୀ:ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆତ୍ମନିର୍ଭର ହେବା ପାଇଁ ଆହ୍ୱାନ କରିଛନ୍ତି। ସାଂପ୍ରତିକ ସମୟରେ ନୂଆ ନୂଆ ଇନୋଭେସନ ବା ନବସୃଜନ ମାଧ୍ୟମରେ ସାମାଜିକ ଏବଂ ଅର୍ଥନୈତିକ ଆହ୍ୱାନକୁ ଚିହ୍ନଟ କରି ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଯୁବ ଉଦ୍ୟୋଗୀମାନେ କାମ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭିଡ଼ିଓ କନଫରେନ୍ସିଂ ଯୋଗେ ‘ଉଦ୍ୟୋମୀ ଉତ୍ସବ’ର ଉଦଘାଟନ କରିବା ଅବସରରେ ଆହ୍ୱାନ କରିଛନ୍ତି। ଓଡିଶା ସମେତ ଦେଶର ଅନେକ ଯୁବ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଆଜିର ସମୟରେ ଯୁବ ଉଦ୍ୟୋଗୀମାନଙ୍କୁ ଉଦ୍ୟୋଗ ଏବଂ ନବସୃଜନ ପାଇଁ ଥିବା ଚ୍ୟାଲେଞ୍ଜକୁ ବୁଝି କାମ କରିବାର ଆବଶ୍ୟକତା ରହିଛି। ଏହି ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବାକୁ ପଡିବ। ଦେଶର ସାଂପ୍ରତିକ ପରିସ୍ଥିତିରେ ସମସ୍ତଙ୍କୁ ସାମାଜର ମଙ୍ଗଳ ନିମନ୍ତେ ‘ୱେଲଥ୍ କ୍ରିଏସନ’ ବା ସ୍ଥାୟୀ ଭିତିଭୂମିର ବିକାଶ ଉଭୟ ଉପରେ ଗୁରୁତ୍ୱ ଦେଇ ଆଗକୁ ବଢିବାକୁ ପଡିବ ଉଦ୍ୟୋଗୀ ମାନଙ୍କୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ସମନ୍ୱୟ ରକ୍ଷା କରି ଏକ ମଡେଲ୍ ତିଆରି କରିବାର ଆବଶ୍ୟକତା ରହିଛି। ଯାହା ବିଶ୍ୱକୁ ସ୍ଥାୟୀ ଭାବେ ଆର୍ଥିକ ଉପଲବ୍ଧି କରିବାରେ ଲାଭଦାୟକ ହେବ। ଭାରତ ସରକାର ଉଦ୍ୟୋଗୀ ଏବଂ ନବସୃଜନକୁ ପ୍ରୋତ୍ସାହନ ଯୋଗାଇବା ନେଇ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ନବସୃଜନ ଏବଂ ଉଦ୍ୟୋଗୀଙ୍କ ପାଇଁ ସବୁ ସ୍ତରରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ପେଟ୍ରୋଲିୟମ ଏବଂ ଇସ୍ପାତ୍ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଉଭୟ ଉଦ୍ୟୋଗ ଏବଂ ଉଦ୍ୟୋଗୀଙ୍କ ବିକାଶ ପାଇଁ ପ୍ରଧାନ୍ୟ ଦିଆଯାଉଛି। ଇନ୍ଧନ ଗ୍ୟାସର ହୋମ୍ ଡେଲିଭରି କିମ୍ବା ଜୈବ ଇନ୍ଧନ, ଏହି ଉର୍ଜା କ୍ଷେତ୍ରରେ ଅନେକ ଯୁବ ଉଦ୍ୟୋଗୀମାନେ ସାମିଲ ହେଉଛନ୍ତି। ଅନେକ ମହିଳା ଉଦ୍ୟୋଗୀମାନେ ମଧ୍ୟ ଏ କ୍ଷେତ୍ରରେ ସାମିଲ ହୋଇ ନିଜ ନିଜର ସଫଳ ମାର୍ଗ ତିଆରି କରିପାରିଛନ୍ତି। ଘରୋଇ ଉଦ୍ୟୋଗୀଙ୍କୁ ସହାୟତା କରିବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଉଦ୍ୟୋଗୀମାନେ କେବଳ ବ୍ୟବସାୟ କରନ୍ତି ନାହିଁ ବରଂ ସାମାଜିକ ଆହ୍ୱାନକୁ ମଧ୍ୟ ସାମ୍ନା କରନ୍ତି। ଉଦ୍ୟୋଗୀମାନେ ସମାଜକୁ ନୂତନତ୍ୱ ଏବଂ ଅଭିବୃଦ୍ଧିର ମାର୍ଗରେ ନେଇଥାନ୍ତି। ସେହିପରି ଜାତୀୟ ଲକ୍ଷ୍ୟକୁ ହାସଲ କରିବାରେ ଉଦ୍ୟୋଗୀ ମାନଙ୍କର ବଡ଼ ଭୂମିକା ରହିଛି। ଋଣନୈତିକ ପଦକ୍ଷେପ ମାଧ୍ୟମରେ ସେମାନେ ଦେଶକୁ ନୂଆ ସ୍ତର ପର୍ଯ୍ୟନ୍ତ ନେଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟି କାରଣରୁ ଆଜିର ସଂକଟ ସମୟରେ ଭାରତ ବିଶ୍ୱକୁ ନେତୃତ୍ୱ କରିବା ଭୂମିକାରେ ରହିଛି । ଏହି ନେତୃତ୍ୱକୁ ଆଗକୁ ନେଇ ବଢ଼ିବାର ଦାୟିତ୍ୱ ଉଦ୍ୟୋଗୀ ବିଶେଷ ଭାବେ ଯୁବ ଉଦ୍ୟୋଗୀ ମାନଙ୍କର ରହିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories