www.samajalive.in
Saturday, December 13, 2025
26.1 C
Bhubaneswar

ଅଜଣା ଟ୍ରକ୍ ଧକ୍କାରେ ଜଣେ ଗୁରୁତର; ପରିବାର ପକ୍ଷରୁ ଏକ ଘଣ୍ଟା ରାସ୍ତା ଅବରୋଧ

ଦ୍ୱାରଶୁଣି : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମଣଦା ଅଞ୍ଚଳ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଜଣେ ଯୁବକ ଉପରେ ଟ୍ରକ ଚଢିଯିବାରୁ ଯୁବକ ଜଣକ ଗୁରୁତର ହୋଇଛନ୍ତି । ଯୁବକ ଜଣକ ହେଉଛନ୍ତି ମଣଦା ଅଞ୍ଚଳର ଦେବ ସିଂ। ଏକ ଟ୍ରକ୍ ତାଙ୍କୁ ଖୁବ ଜୋରରେ ଧକ୍କା ଦେଇ ପଳାଇଥିଲା । ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲାବେଳେ ଗୁରୁତର ପରିବାର ତରଫରୁ ଜାତୀୟ ରାଜପଥ ୪୯ ଅବରୋଧ କରିଥିଲେ। ଉଭୟ ପାଖରେ ବହୁ ଗାଡି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଝାରପୋଖରିଆ ଥାନା ଅଧିକାରୀ ସୁଧର୍ଶନ ଗାଗୋଇ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା କରିବାପରେ ଆନ୍ଦୋଳନକାରୀ ପ୍ରାୟ ୧ ଘଣ୍ଟା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories