www.samajalive.in
Monday, December 8, 2025
24.1 C
Bhubaneswar

କଣ୍ଟାବାଞ୍ଜି ତହସିଲରେ ଜମି ପଞ୍ଜିକରଣର ଗୋଟିଏ ଦିନରେ ପଟ୍ଟା ପ୍ରଦାନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ତହସିଲରେ ଜମି ପଞ୍ଜିକରଣ ହେବା ଦିନରେ ହିଁ ପଟ୍ଟା ପ୍ରଦାନ କରିବାର ଶୁଭାରମ୍ଭ ମଙ୍ଗଳବାର ଦିନ ହୋଇଯାଇଛି । ଓଡିଶା ସରକାରଙ୍କ ସ୍ୱଛ ଶାସନକୁ ଜନସାଧାରଣରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଯୋଜନା ମାନ କରାଯାଇଛି। କଣ୍ଟାବାଞ୍ଜି ସବ୍‍ ରେଜେଷ୍ଟ୍ରି କାର୍ଯ୍ୟାଳୟରେ ଜମି କିଣାବିକାରେ କ୍ରେତା ଉଗ୍ରେସନ ନାଗ କାଦୋବେଡାଙ୍କୁ ଜମି ପଟ୍ଟା ତହସିଲଦାର ଅଶୋକ ମାଝିଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ଏହି ଜମି ପଟ୍ଟା ବଣ୍ଟନ ବେଳେ ବରିଷ୍ଟ ରାଜସ୍ୱ ସହାୟକ ରବିନାରାୟଣ ତ୍ରିପାଠି, ସହକାରୀ ରାଜସ୍ୱ ସହାୟକ ସୁନିଲ ବିଭାର, ସୁନିଲ ତାଣ୍ଡି, ସୁନିଲ ନାଗ, ପରମେଶ୍ୱର ପୁଟେଲ, ସବ୍‍ ରେଜେଷ୍ଟ୍ରୀ ଅଫିସର ରୁନୁ ଦାସ ଙ୍କ ସହ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। କଣ୍ଟାବାଞ୍ଜି ତହସିଲ ଅଫିସରେ ତହସିଲଦାର ମାଝିଙ୍କ ଦ୍ୱାରା ଜନ ସାଧାରଣ ସହଜରେ ଏବଂ ଦୁର୍ନିତିମୁକ୍ତ ଯୋଗୁଁ ସମସ୍ତ ସୁବିଧା ପାଇ ପାରୁଥିବାରୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories