ଦେହେରାଡୁନ : କେଦାରନାଥ ଧାମର ଐତିହାସିକ ଓ ସାଂସ୍କୃତିକ ମହତ୍ୱକୁ ପ୍ରଦର୍ଶିତ କରାଯିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବୁଧବାର କେଦାରନାଥ ଧାମରେ ଚାଲିଥିବା ବିକାଶ କାର୍ଯ୍ୟ ତଥା ଧାମର ଦିବ୍ୟ ଚେତନାକୁ ଆହୁରି ବୃଦ୍ଧି କରିବା ପାଇଁ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି।
ସମୀକ୍ଷା ବେଳେ କେଦାରନାଥ ମନ୍ଦିର ଏବଂ ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳର ଦିବ୍ୟତାକୁ ଆହୁରି ବୃଦ୍ଧି କରିବା ତଥା ପରିସରରେ ସ୍ୱଚ୍ଛତା ଜାରି ରଖିବା ଏବଂ ଏହାର ବିକାଶ ସୁନିଶ୍ଚିତ କରିବା ପାଇଁ ଆଲୋଚନା କରାଯାଇଥିଲା । ଯାତ୍ରୀମାନଙ୍କୁ ଗୌରୀ କୁଣ୍ଡ-କେଦାରନାଥ ମାର୍ଗରେ ସମସ୍ତ ସୁବିଧା ଉପଲବ୍ଧ କରାଇବା ଏବଂ ପ୍ରଯୁକ୍ତି ବିଦ୍ୟା ଜରିଆରେ ତୀର୍ଥ ସ୍ଥଳର ଐତିହାସିକ ଏବଂ ସାଂସ୍କୃତିକ ମହତ୍ୱକୁ ପ୍ରଦର୍ଶିତ କରିବାର ବ୍ୟବସ୍ଥା କରାଯିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି।
କେଦାରନାଥ ଧାମର ଐତିହାସିକ ଓ ସାଂସ୍କୃତିକ ମହତ୍ୱକୁ ପ୍ରଦର୍ଶିତ କରାଯିବ : ପ୍ରଧାନମନ୍ତ୍ରୀ
Popular Categories



