www.samajalive.in
Saturday, December 6, 2025
26.1 C
Bhubaneswar

ମୁମ୍ବଇରେ ପ୍ରବଳ ବର୍ଷା ଜନ ଜୀବନ ପ୍ରଭାବିତ

ମୁମ୍ବଇ :  ମହାରାଷ୍ଟ୍ରର ମୁମ୍ବଇ, ଥାଣେ, ପାଲଘର ଓ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଇଲାକାରେ ଭୀଷଣ ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି। ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରାଜ୍ୟରେ ମୌସୁମି ସକ୍ରିୟ ରହିଛି ଏବଂ ଆଗାମୀ ୨ ଦିନ ପର୍ଯ୍ୟନ୍ତ ମୁମ୍ବଇ ଓ ପୁଣେ ସମେତ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷା ହେବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ ସେହିସବୁ ଅଞ୍ଚଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ସୂଚନା ଜାରି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ସେହିସବୁ ଅଞ୍ଚଳରେ ଭୀଷଣ ବର୍ଷା ହେବାର ସମ୍ଭାବନା ଅଛି ଓ କିଛି ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି।
ମୁମ୍ବଇର ହିନ୍ଦ୍‍ମାତା, କିଙ୍ଗ ସର୍କଲ, ମାହିମ୍‍ ଜଙ୍କସନ୍‍, ଏସ୍‍.ଭି ରୋଡ୍‍,ଅନ୍ଧେରୀ, ଖର୍‍ସବୱେ, କେଏଫ୍‍ସି ବାନ୍ଦ୍ରା ଓ ଚାନ୍ଦିୱାଲି ଜଙ୍କ୍‍ସନ୍‍ ଭଳି ତଳିଆ ଅଞ୍ଚଳଗୁଡ଼ିକରେ ପାଣି ଜମା ହୋଇ ରହିଛି। ଏହିସବୁ ଅଞ୍ଚଳ ଦେଇ ନଯିବା ପାଇଁ ମୁମ୍ବଇ ପୁଲିସ୍‍ ସହରବାସୀଙ୍କୁ ପରାମର୍ଶ ଜାରି କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories