www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ଭାରତ-ୟୁରୋପୀୟ ସଂଘ ଶିଖର ବୈଠକ: ସହ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ :  ୧୫ତମ ଭାରତ-ୟୁରୋପୀୟ ସଂଘ ଶିଖର ବୈଠକ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁରୋପୀୟ ପରିଷଦ ସଭାପତି ଚାର୍ଲସ୍‍ ମିଶେଲ ଓ ୟୁରୋପୀୟ କମିଶନ ସଭାପତି ପୁର୍ଶୁଲା ବୋନ୍‍ ଡେର୍‍ ଲିୟେନ୍‍ ଏହି ଶିଖର ବୈଠକରେ ସହ ଅଧ୍ୟକ୍ଷତା କରିବେ। ଏକ ଟ୍ୱିଟ୍‍ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି
ଶିଖର ବୈଠକ ୟୁରୋପ ସହ ଭାରତର ଅର୍ଥନୈତିକ ଓ ସାଂସ୍କୃତିକ ସଂପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଶିଖର ବୈଠକରେ ଭାରତ-ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ସହଯୋଗ, ରାଜନୈତିକ ଓ ନିରାପତ୍ତା ସଂପର୍କର ସମୀକ୍ଷା କରାଯିବ।
କୋଭିଡ୍‍ ନାଇଣ୍ଟିନ୍‍ ଜନିତ ପରିସ୍ଥିତି ଓ ପାରସ୍ପରିକ ସ୍ୱାର୍ଥ ଜଡିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେବାର ଆଶା କରାଯାଉଛି। ୟୁରୋପୀୟ ସଂଘ ଭାରତ ସହ ଏହାର ସଂପର୍କକୁ ଅଗ୍ରାଧିକାର ଦେଉଥିବା ଭଳି ଏକ ସମୟରେ ଏହି ଶିଖର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ୟୁରୋପୀୟ ସଂଘ ଭାରତ ସହ ଆହୁରି ଅଧିକ କ୍ଷେତ୍ରରେ ଭାଗିଦାରୀ ସଂପର୍କ ସ୍ଥାପନ ପାଇଁ ଆଶା ରଖିଛି।
ୟୁରୋପୀୟ କମିଶନ ଓ ୟୁରୋପୀୟ ପରିଷଦର ନୂଆ ସଭାପତିମାନେ ଗତବର୍ଷ ଡିସେମ୍ବର ମାସରେ ଦାୟିତ୍ୱ ଗ୍ରହଣ କରିଥିଲେ।
ୟୁରୋପୀୟ ସଂଘ ଆନ୍ତର୍ଜାତିକ ସ୍ତରରେ ଅଧିକ ଶକ୍ତିଶାଳୀ ଭୂମିକା ଗ୍ରହଣ କରିବାକୁ ପ୍ରଚେଷ୍ଟା କରୁଥିବାରୁ ଭାରତ ସହ ଏହାର ସଂପର୍କ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛି।
୨୦୦୦ ମସିହାରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଶିଖର ବୈଠକସ୍ତରୀୟ କଥାବାର୍ତ୍ତା ଆରମ୍ଭ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ଚଳିତବର୍ଷ ଏହି ଶିଖର ବୈଠକ ୨୦ବର୍ଷ ପୂରଣ କରିବାକୁ ଯାଉଛି। ଦୁଇପକ୍ଷ ମଧ୍ୟରେ ଏହା ପୂର୍ବରୁ ୨୦୧୭ରେ ଶିଖର ବୈଠକ ଅନୁଷ୍ଠିତ ହୋଇଥିଲା।
ଶିଖର ବୈଠକର ଅବ୍ୟବହିତ ପୂର୍ବରୁ ଭାରତରେ ୟୁରୋପୀୟ ସଂଘ ପ୍ରତିନିଧି ତଥା ରାଷ୍ଟ୍ରଦୂତ ଉଗୋ ଆସ୍ତୁତୋ କହିଛନ୍ତି, କୋଭିଡ୍‍ ସଂକ୍ରମଣ ପରବର୍ତ୍ତୀ ସମୟରେ ଭାରତକୁ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ। ୧୫ତମ ଭାରତ-ୟୁରୋପୀୟ ସଂଘ ଶିଖର ବୈଠକ ବିଷୟରେ ଉଲ୍ଲେଖ କରି ୟୁରୋପୀୟ ସଂଘ ରାଷ୍ଟ୍ରଦୂତ ଅର୍ଥନୈତିକ ସହଯୋଗ, ଜଳବାୟୁ
ପରିବର୍ତ୍ତନ, ବହୁରାଷ୍ଟ୍ରୀୟବାଦ ଓ କୋଭିଡ୍‍-୧୯ ପରବର୍ତ୍ତୀ ପଦକ୍ଷେପ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ପ୍ରତି ଗୁୁରୁତ୍ୱାରୋପ କରିଛନ୍ତି।
ଶ୍ରୀ ଆସ୍ତୁତୋ କହିଛନ୍ତି, ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ନିବିଡ଼ ଦ୍ୱିପକ୍ଷୀୟ ସଂପର୍କ ରହିଛି ଓ ଉଭୟ ଦେଶ ମିଳିତ ଭାବେ କୋଭିଡ୍‍-୧୯ର ମୁକାବିଲା କରୁଥିବାରୁ ଏହି ଶିଖର ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସେ କହିଛନ୍ତି, ଉଭୟ ଭାରତ ଓ ୟୁରୋପୀୟ ସଂଘ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମାନ ମର୍ଯ୍ୟାଦା ପ୍ରଦାନ କରିଆସୁଛନ୍ତି ଓ ସାଂପ୍ରତିକ ପରିସ୍ଥିତିରେ ଉଭୟ ପକ୍ଷର ଆଭିମୁଖ୍ୟ ସମାନ ରହିଛି। ଦୁଇପକ୍ଷ ମଧ୍ୟରେ ଭାଗିଦାରୀ ସଂପର୍କକୁ ଆହୁରି ଅଧିକ ମଜବୁତ କରିବା ପାଇଁ ଏହି ଶିଖର ବୈଠକରେ ଯୋଜନାର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରାଯିବ। ସେ କହିଛନ୍ତି, ଉଭୟ ପକ୍ଷ ଜଳବାୟୁ ପରିବର୍ତ୍ତନଠାରୁ ଆରମ୍ଭ କରି ନିରାପତ୍ତା ଓ ବିଶ୍ୱଶାନ୍ତି ଭଳି ବିଷୟଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଭବିଷ୍ୟତରେ ଭାଗିଦାରୀ ସଂପର୍କ ଆହୁରି ଅଧିକ ମଜବୁତ୍‍ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories