www.samajalive.in
Sunday, December 7, 2025
16.1 C
Bhubaneswar

କୋଭିଡ କେୟାର ହୋମ ପାଇଁ ନୂଆ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ ତିଆରି କରାଯାଉଛି। ଗ୍ରାମାଞ୍ଚଳରେ କ୍ବାରେଣ୍ଟାଇନ ସ୍ବାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମପଞ୍ଚାୟତରେ ୬,୦୮୧ଟି କୋଭିଡ଼ କେୟାର ହୋମ ସ୍ଥାପିତ ହୋଇଛି। ଏଥିରେ ମୋଟ ୬୦,୯୭୪ ଶଯ୍ୟାର ବ୍ୟବସ୍ଥା ହୋଇଛି।

ତେବେ ବର୍ତ୍ତମାନ ପ୍ରତି ପଞ୍ଚାୟତରେ ହୋଇଥିବା କୋଭିଡ଼ କେୟାର ହୋମ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । ପ୍ରତି ହୋମ ପାଇଁ ଜଣେ ଜଣେ ଏଏନ୍‌ଏମ୍‌ଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ । ଏଥିସହ ୬ ହଜାର ୭୯୮ଟି ପଞ୍ଚାୟତ ପାଇଁ ପ୍ରାୟ ୭୦୦୦ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତି ପଞ୍ଚାୟତର କୋଭିଡ କେୟାର ଦାୟିତ୍ୱରେ ଜଣେ ଲେଖାଏଁ ଏଏନ୍‌ଏମ୍ ରହିବେ। ଯଦି ଆବଶ୍ୟକ ସ୍ଥଳେ ତାଲିମପ୍ରାପ୍ତ ଏଏନ୍‌ଏମ୍‌ ନ ମିଳିବେ, ତେବେ ଷ୍ଟାଫ୍ ନର୍ସ କିମ୍ବା ଫାର୍ମାସିଷ୍ଟଙ୍କୁ ଦିଆଯିବ ନିଯୁକ୍ତି।

- Advertisement -

ଏଥିସହ ଏଏନ୍‌ଏମ୍, ନର୍ସ ଓ ଫାର୍ମାସିଷ୍ଟଙ୍କ ନିଯୁକ୍ତି ସହ ଦରମା ମଧ୍ୟ ପ୍ରକାଶ ପାଇଛି । ଏଏନ୍‌ଏମ୍‌ଙ୍କୁ ଦୈନିକ ୮୫୦ ଟଙ୍କା ମିଳିବାକୁ ଥିବା ବେଳେ ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦୈନିକ ୧ ହଜାର ଟଙ୍କା ମିଳିବ । ଏଏନଏମ , ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ୩ ମାସ ପାଇଁ ଅସ୍ଥାୟୀ ନିଯୁକ୍ତି ଦିଆଯିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories