www.samajalive.in
Monday, December 8, 2025
24.1 C
Bhubaneswar

ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଲାଞ୍ଜିଗଡ ଡିଏଭି ସ୍କୁଲ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ଲାଞ୍ଜିଗଡ଼: ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀରେ ୧୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ବିଶ୍ୱନାଥପୁରର ଛାତ୍ରୀ ଶୁଭସ୍ମୀତା ମହାପାତ୍ର ୯୫.୪%,ମୁନିଗୁଡା ଆଶିଷ କୁମାର ସାହୁ ୯୩.୬%,ବେଦାନ୍ତ ଟାଉନସିପ୍‌ର ଛାତ୍ର ଆଶୁତୋଷ ବାରିକ ୯୦.୬% ପ୍ରତିଶତରେ ପାସ କରିଥିବା ବେଳେ ଆଠଜଣ ପରୀକ୍ଷାରô୍ଥ ୮୦ରୁ୯୦ ପ୍ରତିଶତ ମଧ୍ୟରେ ପାସ କରିିଥିବା ବେଳେ ତିନିଜଣ ପରିକ୍ଷାର୍ଥି ୭୫ରୁ୮୦ ପ୍ରତିଶତ ମଧ୍ୟରେ ଅଙ୍କ ରଖି ପ୍ରଥମ ଶେଣୀରେ ଉତ୍ତିର୍ଣ୍ଣ ହୋଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ପ୍ରବନ୍ଧନ କମିଟିର ଅଧ୍ୟକ୍ଷ ତଥା ବେଦାନ୍ତ ଲିମିଟେଡ ଲାଞ୍ଜିଗଡ ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାଧୁବାଦ ଜଣାଇବା ସହିତ କହିଛନ୍ତି ଯେ ବେଦାନ୍ତ ସର୍ବଦା ସର୍ବଦା ନିଜର ପାଶ୍ୱବର୍ତ୍ତି ଅଞ୍ଚଳର ଗୋଷ୍ଠି ସମୁଦାୟଙ୍କ ବିକାଶ ପାଇଁ ଚେଷ୍ଟା କରି ଆସିଛି । ଏହି ଉଦ୍ଦେଶ୍ୟରେ ବେଦାନ୍ତ ଏହି ଅଞ୍ଚଳର ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଡିଏଭି ଇଣ୍ଟରନ୍ୟାସନାଲ ବିଦ୍ୟାଳୟର ସ୍ଥାପନ କରିଥିଲା ଯାହାକି ପ୍ରତିଟି ବର୍ଷ ସଫଳତାର ସିଡି ବଡିବାରେ ଲାଗିଛି । ଏହି ଯାତ୍ରାର ଅଭିନ୍ନ ଅଙ୍ଗ ହୋଇଥିବାରୁ ବେଦାନ୍ତ ନିଜକୁ ଗୈାରାବନ୍ୱିତ ମନେ କରୁଛି ।ଡିଏଭି ଇଣ୍ଟରନ୍ୟାସନାଲ ବିଦ୍ୟାଳର ଅଧ୍ୟକ୍ଷ ସଦାନନ୍ଦ ହୋତା କହିଛନ୍ତି ଯେ ଏହି ବର୍ଷ ୧୦୦% ପ୍ରତିଶତ ପରୀକ୍ଷାରô୍ଥ କୃତିତ୍ୱର ସହିତ ଉତ୍ତିର୍ଣ୍ଣ ହୋଇଛନ୍ତି । ଏହି ଫଳାଫଳ ପାଇଁ ମୁଁ ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପକ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି । ଲାଞ୍ଜିଗଡ ଅଞ୍ଚଳ ଏକ ଆଦିବାସି ଅଧ୍ୟୁଷିତ ଦୁର୍ଗମ କ୍ଷେତ୍ରରେ ଶିକ୍ଷାର ଗୁଣବତ୍ତାରେ ଉନ୍ନତି ଆଣିବା ସହ ଯୁବପିଢିଙ୍କୁ ଏକ ନୁତନ ଆଶା ଓ ଭରସା ଦେଇ ବେଦାନ୍ତ ଏକ ମହତ୍ୱପୁର୍ଣ୍ଣ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି । ଏହି ବର୍ଷର ଫଳାଫଳ ଏହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି କୁହାଯାଇପାରେ । ଡିଏଭି ବେଦାନ୍ତ ଇଣ୍ଟରନ୍ୟାସେନାଲ ବିଦ୍ୟାଳୟ ବର୍ତ୍ତମାନ ସମୟରେ ଲାଞ୍ଜିଗଡର ପାଶ୍ୱର୍ବର୍ତ୍ତି ୨୫କିମି ପରିଧି ଅଞ୍ଚଳର ୧୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି ।ସ୍ମାର୍ଟ ଶ୍ରେଣୀଗୃହ,ଲ୍ୟାବ,ଫାଠାଗାର ସହିତ ଅନ୍ୟାନ୍ୟ ଆଧୁନିକ ସୁବିଧା ସହିତ ଏହି ବିଦ୍ୟାଳୟ ଅଞ୍ଚଳର ବହୁ ଶିକ୍ଷାର୍ଥିଙ୍କ ଭବିଷ୍ୟତ ସୁଧାରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛି ।ବିଦ୍ୟାଳୟ ସ୍ଥାପିତ ହେବା ପରଠାରୁ ଏଯାବତ ୪୭ଜଣ ଶିକ୍ଷାର୍ଥି କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ନିଜର ଭବିଷ୍ୟତ ଗଡିବାରେ ଲାଗିପଡିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories