www.samajalive.in
Sunday, December 14, 2025
26.1 C
Bhubaneswar

ଜୀବନ ବଞ୍ଚାଇଲା ମଶାରୀ, ଫଣା ଟେକି ବସିଲା ନାଗସାପ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଉତ୍ତରା ଛକ ନିକଟସ୍ଥ ଶଙ୍କର ମୁଦୁଲିଙ୍କ ଫାର୍ମ ହାଉସରେ ଗତକାଲି ଶୋଇଥିଲେ କିଛି ନିର୍ମାଣ ଶ୍ରମିକ। ଅଲେଖ ପ୍ରଧାନ ଏବଂ ଶରତ ନାୟକ ଏକ ମଶାରୀ ଟାଣି ତା’ ଭିତରେ ଶୋଇ ଥିଲେ। ବିଳମ୍ବିତ ରାତି ପ୍ରାୟ ୨ ଟା ବେଳେ ଶରତ ନାୟକଙ୍କ ଦେହରେ କ’ଣ ଗୋଟେ ଚାଲିଗଲା ଯାହା ତାଙ୍କୁ ଥଣ୍ଡା ଲାଗିଲା। ହାତରେ ଠେଲି ଦେବାବେଳେ ତାହା ସୁ ସୁ ଗର୍ଜନ କଲା। ଏହି ସୁ ସୁ ଗର୍ଜନ ଶୁଣି ସେ କାଳ ବିଳମ୍ବ ନକରି ବିକଳରେ ମଶାରୀ ବାହାରକୁ ପଳେଇ ଆସିଲେ। ତାଙ୍କ ଡାକ ଶୁଣି ଅଲେଖ ପ୍ରଧାନ ମଧ୍ୟ ସଂଗେ ସଙ୍ଗେ ମଶାରୀ ଭିତରୁ ବାହାରି ଆସିଲେ। ଆଲୋକ ଜାଳି ଦେଖିଲେ ଏକ ୪ ଫୁଟ ଲମ୍ବର ନାଗ ସାପ ମଶାରୀ ଭିତରେ ଫଣା ଟେକି ବସିଛି।

ଉଭୟ ଅଲେଖ ଓ ଶରତ ଅନ୍ୟମାନଙ୍କୁ ଉଠାଇଲେ ଏବଂ ମଶାରୀ ଚାରିପଟେ ଇଟା ଦେଇ ସାପ ବାହାରିବାର ବାଟ ବନ୍ଦ କରିଦେଲେ। ତେବେ ମଶାରୀ ସେମାନଙ୍କ ଜୀବନ ବଞ୍ଚାଇ ଦେଇଛି ବୋଲି କହିଥିଲେ। ଫାର୍ମ ହାଉସର ମାଲିକ ଆସି ଘଟଣା ଦେଖିବା ପରେ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ ସକାଳୁ ନାଗ ସାପ ଟିକୁ ଉଦ୍ଧାର କରିଥିଲେ। ସାପଟିକୁ ଯଥେଷ୍ଟ ଦୂରରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି। ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି “ଆମେ ସେହି ଲୋକମାନଙ୍କୁ ଚଟାଣ ରେ ନଶୋଇ ଖଟ ଉପରେ ଶୋଇବାକୁ ସଚେତନ କରିଛୁ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories