www.samajalive.in
Wednesday, December 10, 2025
23.1 C
Bhubaneswar

କାଶୀପୁର ପୁଲିସକୁ ବଡ ସଫଳତା : ୨ ସୁପରଭାଇଜରଙ୍କୁ ଅପହରଣ ଘଟଣାରେ ୧୧ ଗିରଫ

କାଶୀପୁର : ୨ ସୁପରଭାଇଜରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି କରିଥିବା ଗ୍ୟାଙ୍ଗର ୧୧ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଅପହୃତ ସୁପରଭାଇଜରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏପରି ଏକ ଅଭାବନିୟ ଘଟଣା ଘଟିଛି ରାୟଗଡା ଜିଲା କାଶୀପୁର ଥାନା ଅଞ୍ଚଳରେ। ମିଳିଥିବା ସୂଚନା ଅନୁଯାଇ କାଶୀପୁର ବ୍ଲକର ମାଣ୍ଡିବିଶି ଅଞ୍ଚଳରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସେଠାରେ ଠିକାଦାର ସାରଦା ନାୟକଙ୍କ ଦୁଇ ସୁପରଭାଇଜର ଉପସ୍ଥିତ ଥିଲେ। ଖବର ପାଇ ଗ୍ୟାଙ୍ଗର ୧୪ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ଉକ୍ତ ୨ ସୁପରଭାଇଜରଙ୍କୁ ୧୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ମାତ୍ର ସେମାନେ ଦେବାରେ ଅସମର୍ଥତା ପ୍ରକାଶ କରିବାରୁ ବିଳମ୍ବିତ ରାତିରେ ନିର୍ମାଣ ସ୍ଥାନରୁ ଉକ୍ତ ୨ ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ। ଉଭୟଙ୍କୁ ସେମାନେ କଲ୍ୟାଣସିଂହପୁର ଥାନା ସିକରପାଇ ଅଞ୍ଚଳରେ ରଖିଥିଲେ।

ଠିକାଦାର ସାରଦା ନାୟକ ଏ ସମ୍ପର୍କରେ ଖବର ପାଇବା ପରେ ତାଙ୍କ ପୁଅ ଭୀମସେନ ନାଏକ ଥାନାରେ ଅଭିଯୋଗ କରିବା ପରେ କାଶୀପୁର ପୁଲିସ ଛାନ ଭିନ ଆରମ୍ଭ କରିବା ସହିତ ମୋବାଇଲ ଟ୍ରାକ୍ କରି କଲ୍ୟାଣସିଂହ ପରୁ ଥାନା ଅଞ୍ଚଳରେ ଦୃବୁର୍ତ ମାନେ ରହିଥିବା ଯାଣିବାକୁ ପାଇଥିଲେ।ଏହା ପରେ କଲ୍ୟାଣସିଂହପୁର ଥାନା ଆଇଆଇସିଙ୍କୁ ଖବର ଦେବା ସହ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା। ଏହାପରେ ୧୪ ଜଣିଆ ଟିମ୍‌ରୁ ୧୧ ଜଣଙ୍କୁ ଧରି କାଶୀପୁର ପୋଲିସକୁ ହସ୍ତାନ୍ତର କରିଥିଲେ।ଅପହୃତ ଦୁଇ ସୁପରଭାଇଜରଙ୍କୁ ଉଦ୍ଧାର କରିବା ସହିତ ୫ ଟି ବାଇକ୍‌ ଜବତ କରିଛି।ଅନ୍ୟ ଫେରାର ଥିବା ଆଉ ୩ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ପୁଲିସ ସୂଚନା ଦେଇଛି। ଆଜି ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରି ମଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି କାଶୀପୁର ପୁଲିସ ସୂଚନା ଦେଇଛି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories