www.samajalive.in
Sunday, December 14, 2025
26.1 C
Bhubaneswar

କୋଭିଡ୍‌ କେୟାର୍‌ ହୋମ୍‌ ପାଇଁ ଘରୋଇ ସଂସ୍ଥାକୁ ମିଳିବ ଅନୁମତି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ନିଜ ଅନୁଷ୍ଠାନ ୧୦ରୁ ୨୦ କର୍ମଚାରୀଙ୍କ ସୁବିଧା ଓ ମାନସିକ ସ୍ବଚ୍ଛତା ପାଇଁ ଘରୋଇ ସଂସ୍ଥା କରିପାରିବେ କୋଭିଡ୍‌ କେୟର୍‌ ହୋମ୍ କରିପାରିବେ। ବଡ଼ ସଂସ୍ଥାମାନଙ୍କୁ କୋଭିଡ୍‌ କେୟାର ସେଣ୍ଟର ପାଇଁ ଅନୁମତି ମିଳିବ। ଏହାସହିତ ବିଭିନ୍ନ ସଂସ୍ଥା, ଅନୁଷ୍ଠାନ, ଧର୍ମୀୟ ଅନୁଷ୍ଠାନକୁ ମଧ୍ୟ କୋଭିଡ୍‌ କେୟାର୍‌ ହୋମ୍‌ ପାଇଁ ମିଳିପାରିବ ଅନୁମତି। ସାଧନ ଓ ସାମର୍ଥ୍ୟ ଥିବା ଅନୁଷ୍ଠାରନକୁ କୋଭିଡ୍‌ କେୟାର୍‌ ହୋମ୍ ଅନୁମତି ଦିଆଯାଇପାରିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକଶ କରିଛନ୍ତି।

କୋଭିଡ୍‌-୧୯ ପରିଚାଳନାକୁ ଅଧିକ ବ୍ୟାପକ ଓ ଦୃଢ଼ୀଭୂତ କରିବା ସହ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସମସ୍ତ ଚିକିତ୍ସା ବ୍ୟବସ୍ଥାର ସର୍ବାଧିକ ବ୍ୟବହାର କରିବା ନିମନ୍ତେ ରାଜ୍ୟ ସରକାର ଆଜି କୋଭିଡ୍‌ କେୟାର ହୋମ୍‌, କୋଭିଡ୍‌ କେୟାର ସେଣ୍ଟର ଏବଂ ହୋମ୍‌ ଆଇସୋଲେସନ୍‌ ବିଷୟରେ କେତେକ ନୂତନ ବ୍ୟବସ୍ଥା କରିଛନ୍ତି । ଏ ବିଷୟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ ଅନେକ ସଂସ୍ଥା, ଅନୁଷ୍ଠାନ ଏବଂ କର୍ପୋରେଟ୍‌ ହାଉସ୍‌ମାନେ ସେମାନଙ୍କ ସଦସ୍ୟମାନଙ୍କ ଆନୁଷ୍ଠାନିକ ପୃଥକବାସ ଏବଂ ଲକ୍ଷଣବିହୀନ କେସ୍‌ର ପରିଚାଳନା ପାଇଁ କରିଥିବା ଅନୁରୋଧକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସର୍ତ୍ତାବଳୀ ସହିତ ଅନୁମତି ଦେଇଛନ୍ତି । ଏହା ଛଡ଼ା ଲକ୍ଷଣବିହୀନ କୋଭିଡ୍‌ ପଜିଟିଭ୍‌ ଲୋକମାନଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ଦୃଷ୍ଟିରେ ରଖି ହୋମ୍‌ ଆଇସୋଲେସନ୍‌ ଏବଂ ହୋମ୍‌ କେୟାର ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି। ସହରାଞ୍ଚଳ, ଜିଲ୍ଲା ସଦର ମହକୁମା, ବ୍ଲକ୍‌ ସଦର ମହକୁମା ଆଦିରେ ପଜିଟିଭ୍‌, ଲକ୍ଷଣବିହୀନ ଏବଂ ସାମାନ୍ୟ ଲକ୍ଷଣଯୁକ୍ତ ବ୍ୟକ୍ତିମାନେ ଏହି ହୋମ୍‌ ଆଇସୋଲେସନ୍‌ ସୁବିଧା ନେଇପାରିବେ। ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାବଳୀ ଅନୁପାଳନ କରିବାକୁ ହେବ। ଆନୁଷ୍ଠାନିକ କେୟାର ଏବଂ ହୋମ୍‌ କେୟାର ୟୁନିଟ୍‌ମାନେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସର୍ତ୍ତାବଳୀ ପାଳନ କରିବେ। ଏଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସେମାନଙ୍କୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଦିଆଯାଇଛି।

- Advertisement -

ମୁଖ୍ୟତଃ ନିମ୍ନୋକ୍ତ ସଂସ୍ଥା ଓ ଅନୁଷ୍ଠାନମାନେ ସେମାନଙ୍କ ନିଜ ନିଜ କର୍ମଚାରୀମାନଙ୍କ ପାଇଁ କୋଭିଡ୍‌ କେୟାର ହୋମ୍‌ ଏବଂ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରିପାରିବେ ।
୧. ପୌର ପରିଷଦ
୨. ଭୁବନେଶ୍ୱର ଓ ଝାରସୁଗୁଡ଼ା ଏୟାରପୋର୍ଟ
୩. ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦର
୪. ପୂର୍ବତଟ ରେଳବାଇର ବିଭିନ୍ନ କେନ୍ଦ୍ର
୫. ରାଜ୍ୟରେ କାର୍ଯ୍ୟରତ କେନ୍ଦ୍ର ଓ ରାଜ୍ୟ ପରିଚାଳିତ ସାଧାରଣ ଉଦ୍ୟୋଗ
୬. କେନ୍ଦ୍ରୀୟ ଆର୍ମଡ୍‌ ଫୋର୍ସ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ
୭. ଓଡ଼ିଶା ପୁଲିସ, ଓଡ଼ିଶା ଅଗ୍ନିଶମ ସଂସ୍ଥା, କାରାଗାର ନିର୍ଦ୍ଦେଶାଳୟ
୮. କେନ୍ଦ୍ରୀୟ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ
୯. ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଆଦି ଧାର୍ମିକ ସଂସ୍ଥା
୧୦. ଆବାସିକ େୱଲ୍‌ଫେୟାର ସଂସ୍ଥା
୧୧. କୌଣସି ସେ୍ୱଚ୍ଛାସେବୀ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ନିଗମ
ଉପରୋକ୍ତ ସଂସ୍ଥାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ୍‌ କେୟାର ହୋମ୍‌ ଏବଂ କୋଭିଡ୍‌ କେୟାର ସେଣ୍ଟରକୁ ସଂପୃକ୍ତ ଜିଲ୍ଲାପାଳ/ପୌର କମିଶନରମାନେ ସ୍ୱାସ୍ଥ୍ୟ ବିଭାଗ ସର୍ତ୍ତାବଳୀ ଅନୁସାରେ ସ୍ୱୀକୃତି ଦେବେ। ଯେଉଁ ସନ୍ଦିଗ୍ଧ ଏବଂ କୋଭିଡ୍‌ ପଜିଟିଭ୍‌ ବ୍ୟକ୍ତିମାନଙ୍କର ହୋମ୍‌ ଆଇସୋଲେସନ୍‌ କିମ୍ବା ଉପରୋକ୍ତ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଆଇସୋଲୋସନ୍‌ ସୁବିଧା ନାହିଁ, ସେମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପୃଥକବାସ କେନ୍ଦ୍ରରେ ରହିବେ। ହୋମ୍‌ ଆଇସୋଲେସନ୍‌ରେ ଥିବା ବ୍ୟକ୍ତିମାନଙ୍କର ଗୁରୁତର ଲକ୍ଷଣ ପ୍ରକାଶ ପାଇଲେ ବା ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଲେ ସେମାନେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁପାଳନ କରିବେ। ଏହାସହିତ କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories