www.samajalive.in
Saturday, December 6, 2025
23.1 C
Bhubaneswar

କୋଭିଡ କେୟାର ସେଣ୍ଟର ପରିଚାଳନା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି କୋଭିଡ କେୟାର ସେଣ୍ଟର ପରିଚାଳନା ପାଇଁ ଆଜି ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଓ ଆଇ.ଏମ୍‍. ଏସ୍‌ ଏବଂ ସମ୍‍ ହସ୍ପିଟାଲର ପ୍ରତିନିଧି ଏହି ବୁଝାପଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଜଟଣୀର ଖୁଦୁପୁରଠାରେ ଏକ କୋଭିଡ କେୟାର ସେଣ୍ଟର ଓ ଖୋର୍ଦ୍ଧାର ଜାମୁଝରୀଠାରେ ଅନ୍ୟ ଏକ କୋଭିଡ କେୟାର ସେଣ୍ଟରର ପରିଚାଳନା ଦାୟିତ୍ୱ ସମ୍‍ ହସ୍ପିଟାଲ ଗ୍ରହଣ କରିଛି । ଖୁଦୁପୁରସ୍ଥିତ କୋଭିଡ କେୟାର ସେଣ୍ଟର ୩୦୦ ଶଯ୍ୟା ବିଶିଷ୍ଟ ଓ ଜାମୁଝରୀସ୍ଥିତ କୋଭିଡ କେୟାର ସେଣ୍ଟର ୫୦୦ ଶଯ୍ୟା ବିଶିଷ୍ଟ ହେବ । ପରିଚାଳନା ପାଇଁ ପ୍ରତି ଶଯ୍ୟା ପିଛା ଦୈନିକ ୧୦୦୦ ଟଙ୍କା ଲେଖାଏଁ ସମ୍‍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ । ଏଥି ନିମିତ୍ତ ରାଜ୍ୟ ସରକାରଙ୍କ ସ୍ୱୀକୃତି ମିଳିସାରିଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ଦୁଇଟି କୋଭିଡ କେୟାର ସେଣ୍ଟର ପାଇଁ ଆବଶ୍ୟକ ଭିତ୍ତିଭୂମି, ଯଥା ଅଟ୍ଟାଳିକା, ରୋଗୀଙ୍କ ପାଇଁ ଶଯ୍ୟା ଇତ୍ୟାଦି ଯୋଗାଇ ଦେଇଛନ୍ତି । ସମ୍‍‌ ହସ୍ପିଟାଲ କର୍ତ୍ତୃପକ୍ଷ କୋଭିଡ ସଂକ୍ରମିତ ବିଶେଷତଃ କରୋନା ଲକ୍ଷଣ ନ ଥିବା
ରୋଗୀମାନଙ୍କ ପାଇଁ ଡାକ୍ତର, ନର୍ସ, ଔଷଧ, ଖାଦ୍ୟ ପ୍ରଭୃତିର ବ୍ୟବସ୍ଥା କରିବେ । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଉପଜିଲ୍ଲାପାଳ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀମାନେ ଏହି ବୁଝାପଣାପତ୍ର ସ୍ୱାକ୍ଷର ସମୟରେ ଉପସ୍ଥିତ ଥିଲେ ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories