www.samajalive.in
Saturday, December 13, 2025
26.1 C
Bhubaneswar

କଂଗ୍ରେସରେ ଦକ୍ଷତା ଓ ଯୋଗ୍ୟତାର ସ୍ଥାନ ନାହିଁ: ଜ୍ୟୋତିରାଦିତ୍ୟ

ରାଜସ୍ଥାନରେ କଂଗ୍ରେସରେ ସୃଷ୍ଟି ହୋଇଛି ସଙ୍କଟ ।ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଡ଼େରା ପକାଇଥିବାବେଳେ ବିଳମ୍ବିତ ରାତି ସୁଦ୍ଧା ଭେଟିବା ନେଇ କୌଣସି ସକରାତ୍ମକ ସୂଚନା ମିଳିନାହିଁ । କୁହାଯାଉଛି ସଚିନ ପାଇଲଟଙ୍କ ସହ ପାଖାପାଖି ୩୦ ଜଣ କଂଗ୍ରେସ ଓ ସ୍ବାଧୀନ ବିଧାୟକ ଯୋଗସୂତ୍ରରେ ଅଛନ୍ତି । ଏହି ବିଧାୟକମାନେ ଇସ୍ତଫା ଦେଲେ ରାଜସ୍ଥାନରେ କଂଗ୍ରେସ ସରକାର ପତନ ଘଟିପାରେ ।

- Advertisement -

ଏହି ସ୍ଥିତିରେ କିଛିମାସ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ସଚିନ ପାଇଲଟଙ୍କ ଘନିଷ୍ଠ ବନ୍ଧୁ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ ନିଶାଣ କରିଛନ୍ତି । କଂଗ୍ରେସ ଦଳରେ ଦକ୍ଷତା ଓ ଯୋଗ୍ୟତାର ସ୍ଥାନ ନାହିଁ ବୋଲି ଜ୍ୟୋତିରାଦିତ୍ୟ କହିଛନ୍ତି ।


ଏହି ଅବସରରେ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ପ୍ରଦ୍ୟୁମ୍ନ ସିଂହ ଲୋଧିଙ୍କୁ ସ୍ବାଗତ କରିଛନ୍ତି । ସିନ୍ଧିଆ କହିଛନ୍ତି ଛତରପୁର ଜିଲାର ବଡ଼ା ମଲହରା ଆସନର କଂଗ୍ରେସ ବିଧାୟକ ପ୍ରଦ୍ୟୁମ୍ନ ସିଂହ ଲୋଧି କଂଗ୍ରେସ ଛାଡ଼ି ବିଜେପି ପରିବାରରେ ସାମିଲ ହେବାରୁ ତାଙ୍କୁ ହୃଦୟରୁ ଅଭିନନ୍ଦନ । ସୂଚନାଯୋଗ୍ୟ ଯେ ଲୋଧି ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କ ଉପସ୍ଥିତିରେ ରବିବାର ବିଜେପିରେ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମାର୍ଚ ମାସରେ ଜ୍ୟୋତିରାଦିତ୍ୟ ନିଜ ସମର୍ଥକ କୁହାଯାଉଥିବା ୬ ମନ୍ତ୍ରୀଙ୍କ ସହ ୨୨ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଫଳରେ ୧୫ ମାସର ପୁରୁଣା କଂଗ୍ରେସ ସରକାରର ପତନ ଘଟିଥିଲା ଓ ୨୦ ମାର୍ଚ​‌ରେ ମୁଖ୍ୟମନ୍ତ୍ରୀ କମଳନାଥ ଇସ୍ତଫା ଦେଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories