www.samajalive.in
Wednesday, December 10, 2025
23.1 C
Bhubaneswar

ସରପଞ୍ଚଙ୍କ ଆଗୁଆ ପଦକ୍ଷେପ ; ଅନୁଆରୀ ପଞ୍ଚାୟତରେ ଜାରିକଲେ ୧୪ ଦିନିଆ କଟକଣା

କଳାପଥର: ବାଙ୍କୀ ବ୍ଳକ ଅନ୍ତର୍ଗତ ଅନୁଆରୀ ପଞ୍ଚାୟତରେ ଏପର୍ଯ୍ୟନ୍ତ କୌଣସି କୋଭିଡ୍‍ ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇ ନ ଥିବା ବେଳେ ସ୍ଥାନୀୟ ସରପଞ୍ଚ ସତର୍କତା ମୂଳକ ୧୪ ଦିନିଆ କଟକଣା ଜାରିକରିଛନ୍ତି  ।  ଶନିବାର ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସେ କହିଛନ୍ତି।

ଜଣାଯାଇଛି ଯେ, ଅନୁଆରୀ ପଞ୍ଚାୟତରୁ ବହୁ ଲୋକ କାମଧନ୍ଦା ଅନ୍ୱେଷଣରେ ଜାଇଥାନ୍ତି ଏବଂ ସଂଧ୍ୟାରେ ଗାଁକୁ ଫେରିଥାନ୍ତି। ରାଜ୍ୟ ତଥା ବାଙ୍କୀରେ ସଂକ୍ରମଣ ସଂଖ୍ୟା ଦିନକୁଦିନ ବୃଦ୍ଧିପାଉଥିବାରୁ ଏହି ପଞ୍ଚାୟତକୁ ନିରାପଦ ରଖିବାପାଇଁ କାମଧନ୍ଦା ଅନ୍ୱେଷଣରେ ଯାଇ ଗାଁକୁ ଫେରୁଥିବା ଶ୍ରମିକମାନେ ବାହାରେ ନ ବୁଲି ନିଜ ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି। ଭୁବନେଶ୍ୱର ଓ କଟକ ଉଭୟ କମିସନରଙ୍କ ପକ୍ଷରୁ ଯେଭଳି ଭାବରେ ନିୟମ ପ୍ରୟୋଗ କରାଯାଇଛି ସେଭଳି ଭାବରେ ଅନୁଆରୀ ପଞ୍ଚାୟତର ସ୍ଥାନୀୟ ସରପଞ୍ଚ ଲାଗୁକରିଥିବା ଦେଖିବାକୁ ମିଳିଛି। ବାହାରେ ବୁଲାବୁଲି କରୁଥିବା ଲୋକମାନେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ମାନିବାକୁ ନିବେଦନ କରିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories