www.samajalive.in
Friday, December 12, 2025
15.1 C
Bhubaneswar

୨୦୨୧ରେ କ୍ରିଶ୍-୪

କରୋନା କାରଣରୁ ସିନେଜଗତ ମଧ୍ୟ ଅନେକ କ୍ଷତି ସହିବାରେ ଲାଗିଛି। ଚଳଚ୍ଚିତ୍ରଗୁଡ଼ିକ ଏବେ ପ୍ରେକ୍ଷାଳୟରେ କେବେ ମୁକ୍ତିଲାଭ କରିବ, ତାହା କହିବା ମୁସ୍କିଲ୍। କେତୋଟି ଚଳଚ୍ଚିତ୍ରର ସୁଟିଂ ଚାଲିଛି, କିନ୍ତୁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ସେଟ୍‌ ଆସିବାରେ କଟକଣା ରହିଛି। ଏହା କାରଣରୁ ସୁଟିଂ ଶୀଘ୍ର ଶେଷ ହୋଇପାରିବନାହିଁ ବୋଲି ପ୍ରଯୋଜକମାନେ ପ୍ରମାଦ ଗଣିଲେଣି। ଏ ଭିତରେ ନିର୍ଦେଶକ ରାକେଶ୍ ରୋଶନ୍‌ ନିଜ ଆଗାମୀ ଚଳଚ୍ଚିତ୍ର ‘କ୍ରିଶ୍-୪’ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ଚଳିତ ବର୍ଷ ଏଇ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାନ୍ତା, କିନ୍ତୁ ଗତ ବର୍ଷ ରାକେଶ୍‌ କର୍କଟରେ ଆକ୍ରାନ୍ତ ହେବାରୁ କାମ ଆରମ୍ଭରେ ବିଳମ୍ବ ହେଲା। ଚଳିତ ବର୍ଷ କରୋନା ବାଧକ ସାଜିଛି। ଚଳଚ୍ଚିତ୍ରର କେତୋଟି ଦୃଶ୍ୟର ସୁଟିଂ ଜାନୁଆରୀ ଦ୍ବିତୀୟ ସପ୍ତାହରେ ହୋଇଛି। ଅନ୍ୟ କାମ ପାଇଁ ସମସ୍ତ ପ୍ଲାନିଂ ହୋଇସାରିଥିବା ସତ୍ତ୍ବେ କାମ ଆଗକୁ ବଢ଼ିପାରୁନାହିଁ। କ୍ରିଶ୍-୪ର କାହାଣୀ ଦମ୍‌‌ଦାର୍ ହେବା ସହ ମୁଖ୍ୟ ଭୂମିକାରେ ହ୍ରିତିକ୍ ରୋଶନ୍, ଅନୁଷ୍କା ଶର୍ମା ଅଭିନୟ କରିବେ ବୋଲି ଶୁଣାଯାଉଛି। ପ୍ରିୟଙ୍କା ଚୋପ୍ରା ଏଥିରେ ଅତିଥି କଳାକାର ଭୂମିକାରେ ଦେଖାଦେବେ। ଏକ ସାକ୍ଷାତକାର୍‌ରେ ରାକେଶ କହିଛନ୍ତି, ବର୍ତ୍ତମାନର ସ୍ଥିତି ଦେଖିଲେ ସେ କେବଳ ଏତିକି କହିବି ଯେ ୨୦୨୧ ପୂର୍ବରୁ କ୍ରିଶ୍-୪ର ସୁଟିଂ ଆରମ୍ଭ ହୋଇପାରିବ ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories