www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ନିୟମ ଉଲଂଘନ, ୬ ହଜାର ଜୋରିମାନା ଓ ଦୋକାନ ସିଲ୍‍

ବଲାଙ୍ଗିର: ଶୁକ୍ରବାର ବଲାଙ୍ଗିର ଜିଲା ପ୍ରଶାସନ କରୋନା ନିୟମ ନେଇ କଠୋର ହୋଇଛି। ସାମାଜିକ ଦୂରତା ନିୟମ ପାଳନରେ ଅବହେଳା କାରଣରୁ ବଲାଙ୍ଗିର ସହରର ୨ଟି ଦୋକାନକୁ ପ୍ରଶାସନ ଓ ପୁଲିସ ପକ୍ଷରୁ ସିଲ୍‍ କରାଯାଇଛି। ଏହି ଦୋକାନୀଙ୍କୁ ଜରିମାନା କରାଯାଇଛି। ଆଗାମୀ ଦିନରେ ମଧ୍ୟ ନିୟମ ପାଳନ କରୁ ନଥିବା ଦୋକାନୀମାନଙ୍କ ଉପରେ ପ୍ରଶାସନ-ପୁଲିସ ନଜର ରଖିଥିବା ଜଣାପଡିଛି।

ଗୁରୁବାର ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‍ପିଟାଲ ଚାରିପାଖରେ ଥିବା ଉଠା ଦୋକାନୀଙ୍କୁ ଦୋକାନ ଉଠାଇ ନେବାକୁ ଉପ ଜିଲାପାଳ ସଞ୍ଜୟ କୁମାର ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ନିଜ ପ୍ରତିକ୍ରିୟା ରଖି ଉପ ଜିଲାପାଳ ଶ୍ରୀ ମିଶ୍ର କହିଥିଲେ ଯେ, ବଲାଙ୍ଗିରରେ ଶନିବାର ଓ ରବିବାର ସଟ୍‍ଡାଉନ୍‍କୁ ଛାଡି ଦେଲେ ସପ୍ତାହର ଅନ୍ୟ ୫ ଦିନ ଦୋକାନ, ଅଫିସ, ବ୍ୟାଙ୍କ ଆଦି ଖୋଲା ରହୁଛି। ଲୋକେ କରୋନା ନେଇ ସଚେତନ ଥିଲେ ବି ନିୟମ ପାଳନ କରୁ ନାହାନ୍ତି। ସାମାଜିକ ଦୂରତାକୁ ଭୁଲି ଯାଉଛନ୍ତି ଓ ଭିଡ ଜମାଉଛନ୍ତି। ତେଣୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଗୁଆ ଇଙ୍ଗିତ କରିଦେଇଥିଲେ। ଆଉ ଶୁକ୍ରବାର ଆରମ୍ଭ ହୋଇଯାଇଥିଲା କାର୍ଯ୍ୟାନୁଷ୍ଠାନ। ବଲାଙ୍ଗିର ସହରର ସମଲେଇ ମନ୍ଦିର ଛକରେ ଥିବା ବାଲାଜୀ ବେକେରୀ ଓ ରମାଇ ଟକିଜ-ଦୈନିକ ବଜାର ରାସ୍ତାରେ ଥିବା କେକେ ମୋବାଇଲ୍‍ ମରାମତି ଦୋକାନ ସାମାଜିକ ଦୂରତା ନିୟମ ପାଳନ କରି ନଥିବାରୁ ଉପ ଜିଲାପାଳ ଶ୍ରୀ ମିଶ୍ର, ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଟାଉନ୍‍ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ସହ ପୌର ଓ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ୨ଦୋକାନକୁ ସିଲ୍‍ କରିଦିଆଯାଇଥିଲା। ବଲାଜୀ ବେକେରୀକୁ ୫ହଜାର ଓ କେକେ ମୋବାଇଲ୍‍କୁ ହଜାରେ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

- Advertisement -

ବଲାଙ୍ଗିର ଜିଲା ବଣିକ ସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ସହରରେ ଥିବା ସମସ୍ତ ଛୋଟ ବଡ ଦୋକାନୀମାନଙ୍କୁ ପ୍ରଶାସନର ନିୟମ ମାନି ଦୋକାନ ଖୋଲିବାକୁ ଅନୁରୋଧ ପୂର୍ବରୁ କରିଥିଲେ। ଆଉ ଶୁକ୍ରବାର ଦୋକାନ ସିଲ୍‍ ଓ ଜରିମାନା ପରେ ପୁଣିଥରେ ଶ୍ରୀ ପାଣିଗ୍ରାହୀ ଦୋକାନୀ ଭାଇ, ଭଉଣୀମାନଙ୍କୁ ସଚେତନ କରି ସରକାରଙ୍କ କୋଭିଡ ନିୟମ ମାନି ବ୍ୟବସାୟ କରିବାକୁ କହିଛନ୍ତି। ଅନ୍ୟପଟେ ବଲାଙ୍ଗିର ଜିଲାପାଳ ଅରିନ୍ଦମ ଡାକୁଆ ଚିଠି ସଂଖ୍ୟା ୨୦୫୦ରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାର ଖୋଲିବା ପାଇଁ ନୂଆ ସମୟ ନିର୍ଦ୍ଧାରଣ କରିଥିଲେ। ପୂର୍ବରୁ ରାତି ୯ଟା ଯାଏ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଶୁକ୍ରବାରରୁ ସନ୍ଧ୍ୟା ୫ଟାରୁ ସକାଳ ୬ଟା ଯାଏ ଦୋକାନ ଓ ବଜାର ବନ୍ଦ ରଖିବା ପାଇଁ ନୂଆ ନିର୍ଦ୍ଦେଶ ଦିଆଯାଇଛି। ଏହି ନୂଆ ନିୟମ ଚଳିତ ମାସ ୩୧ ତାରିଖ ଯାଏ ଜାରି ରହିବ ବୋଲି କୁହାଯାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories