www.samajalive.in
Friday, December 5, 2025
20.1 C
Bhubaneswar

ପୁଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ସରଜମିନ ତଦନ୍ତ କରି ଫେରିଲା ବିଜେପି ପ୍ରତିନିଧୀ ଦଳ

ଭୁବନେଶ୍ୱର: ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାର୍ଯ୍ୟରତ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ମଣ୍ଡଳ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ଫେରିଛି। ସରଜମିନ ତଦନ୍ତରୁ ପୁଲିସ ଏହି ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ସ୍ପଷ୍ଟ ଜଣାପଡିଛି ବୋଲି ପ୍ରତିନିଧୀ ଦଳ ଜାଣିବାକୁ ପାଇଛି। ଡାକ୍ତରୀ ରିପୋର୍ଟ ବଦଳାଇବା ଏବଂ ଘଟଣାକୁ ଚପେଇ ଦେବା ପାଇଁ ମୃତ ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ପୁଲିସ ଚାପ ପକାଉଛି ବୋଲି ବିଜେପି ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତି ପରିଡା ଅଭିଯୋଗ କରିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡା କହିଛନ୍ତି ଯେ, ଆଦିବାସୀ ମହିଳା ଚନ୍ଦ୍ରମା ଭୂୟାଁଙ୍କ ମୃତ୍ୟୁ ପାଇଁ ପୁଲିସ ହିଁ ଦାୟୀା ମୃତ ମହିଳାଙ୍କ ସ୍ୱାମୀଙ୍କ କହିବାନୁଯାୟୀ, ମାଲକାନଗିରି ହସ୍ପିଟାଲରେ ଚିକିତ୍ସାରେ ଅବହେଳା କରାଯାଇଛି। ମାଲକାନଗିରି ହସ୍ପିଟାଲରେ ମୃତ ମହିଳାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଅଣାଯାଇଥିଲା। ବେଡ ହେଡ ଟିକେଟରୁ ଜଣାପଡିଛି କି, ମହିଳା ଜଣଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଛି। ସେହି ଟିକେଟକୁ ବି ପୁଲିସ ଜବତ କରିଛି। କୋରାପୁଟ ଡାକ୍ତରଙ୍କ କହିବାନୁଯାୟୀ ମହିଳାଙ୍କ ବେକରେ ସନ୍ଦେହଜନକ ଚିହ୍ନ ଥିଲା। ପୁଲିସ କ୍ୟାଣ୍ଟିନ ପାଖରୁ ମହିଳାଙ୍କ ଘର ମାତ୍ର ୫ ମିନିଟ ଦୂରରେ ରହିଛିା ସେଠାରେ ଥିବା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‍ଙ୍କ ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି। ସେହି ଭିଡିଓକୁ ମଧ୍ୟ ପୁଲିସ ଜବତ କରିଛିା ସେହିପରି ମହିଳାଙ୍କ ପଡିଶା ଲୋକମାନେ ପୁଲିସ ଉପରକୁ ଆଙ୍ଗୁଠି ଉଠାଇଛନ୍ତି। ସେମାନଙ୍କ କହିବାନୁଯାୟୀ ସ୍ୱାମୀ ପରିତ୍ୟକ୍ତା ଅବହେଳିତ ମହିଳାମାନଙ୍କ ସହ ପାଶବିକ ଆକ୍ରମଣ ହେଉଥିଲେ ମଧ୍ୟ ପୁଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇ ଚାଲିଛି। ପୁଲିସ ପାଖରେ ସମସ୍ତ ତଥ୍ୟ ପ୍ରମାଣ ରହିଛି। ମହିଳାଙ୍କ ବ୍ୟବଚ୍ଛେଦ ରିପୋର୍ଟ, ସିସିଟିଭି ଫୁଟେଜ , ଡାକ୍ତରୀ ରିପୋର୍ଟ, ବେଡ ହେଡ ଟିକେଟ ସବୁ ରଖି ମଧ୍ୟ ପୁଲିସ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି।
ମହିଳାଙ୍କ ଚିକିତ୍ସା ପାଇଁ ଡାକ୍ତର ନୁହେଁ ବରଂ ଏସପିଙ୍କ ନିର୍ଦ୍ଦେଶରେ ମହିଳାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କାରଯାଇଥିଲା। ରାଜ୍ୟସରକାର ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବାବେଳେ ଭଂଜନଗର, ବୀରମିତ୍ରପୁର ଏବଂ ମାଲକାନଗିରି ଘଟଣା ଗୃହ ବିଭାଗର ପୁଲିସ ଅଧିକାରୀମାନଙ୍କର କଳା କାରନାମାନକୁ ପଦାରେ ପକାଇଛି ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି।
ମାଲକାନଗିରି ମହିଳା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ୬୦ ଦିନ ଭିତରେ ଚାର୍ଜସିଟି ଫାଇଲ ହେବା କଥା। ଏହା ସହ ତୁରନ୍ତ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟସରକାର ଚୁପ୍‍ ରହିଛନ୍ତି। ମାଲକାନଗିରି ଘଟଣା କୁନ୍ଦୁଲୀ ଘଟଣାର ପୁନରାବୃତି। ଆଗାମୀ ଦିନରେ ଏ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଗିରଫ ନକରିବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଲଢେଇ ଜାରି ରଖିବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories