www.samajalive.in
Saturday, December 13, 2025
26.1 C
Bhubaneswar

୩୦ ଶାଗୁଆନ ଗଣ୍ଡି ଚାଲାଣ ଅଭିଯୋଗ; ଟ୍ରାକ୍ଟର ଜବତ

ଲାଠୋର:ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ବନାଞ୍ଚଳ ଅଧିନ ବେନ୍ଦେର ସଂରକ୍ଷିତ ଜଙ୍ଗଲ ନିକଟ ମାଲପଡା ଗ୍ରାମ ଠାରୁ ଗୁରୁବାର ରାତିରେ ବନବିଭାଗ ବାହାରକୁ ଚାଲାଣ ହେଉଥିବା ଶାଗୁଆନ ଗଣ୍ଡି ବୋଝେଇ ଏକ ଟ୍ରାକ୍ଟରକୁ ଜଗତ କରିଥିବା ବେଳେ ଆସାମି ଫେରାର ଥିବା ଜଣାପଡିଛି। ବନବିଭାଗର ସୂଚନା ଅନୁଯାୟୀ ଗୁରୁବାର ଏସିଏଫ ବାବାଜି ଚରଣ ରାଉଳ ଓ ଲାଠୋର ରେଞ୍ଜର ପ୍ରଭାତୀ ସେଠ ଏବଂ ବନ କର୍ମଚାରୀମାନେ ଜାମଚୁଆଁ ଗ୍ରାମର ପ୍ଲାଣ୍ଟେସନ ପରିଦର୍ଶନ କରି ଫେରୁଥିବା ବେଳେ କୌଣସି ସୂତ୍ରରୁ ଏକ ଟ୍ରାକ୍ଟର ଯୋଗେ ଶାଗୁଆନ ଗଣ୍ଡି ବୋଝେଇ ହୋଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଖବର ପାଇବା ପରେ ଘଟଣା ସ୍ଥଳକୁ ଏସିଏଫ ଏବଂ ରେଞ୍ଜର ପହଞ୍ଚି ଟ୍ରାକ୍ଟରକୁ ଜବତ କରିବାରୁ ଗାଡି ମାଲିକ ତଥା ଡ୍ରାଇଭର କ୍ଷୀର ମେହେର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ସାହାଜପାଣି ଗ୍ରାମର ଲୋକେ ସେଠାରେ ପହଞ୍ଚି ଏହା ଜଙ୍ଗଲର ଚୋରି ଗଛ ନୁହେଁ ପ୍ରଜା ଠାରୁ କିଣା ଯାଇଥିବା ଗଛ ବୋଲି ଦାବି କରିଥିଲେ। ଏଥିରେ ବନ ବିଭାଗ ରାଜି ନହେବାରୁ ପାଟିତୁଣ୍ଡ ହୋଇ ପରିସ୍ଥିତି ଅଣାୟତ ହୋଇଥିଲା। ପରିସ୍ଥିତି ଅଣାୟତ ହେବା ଦେଖି ଲାଠୋର ରେଞ୍ଜର ଖପ୍ରାଖୋଲ ଓ ଲାଠୋର ଆଇଆଇସିଙ୍କୁ ଫୋନ କରି ଜଣାଇଥିଲେ। ଉଭୟ ଆଇଆଇସି ପୁଲିସ ଫୋର୍ସ ନେଇ ମାଲପଡାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ବନବିଭାଗ ଉକ୍ତ ଟ୍ରାକ୍ଟର ନଂ.ଓଡି୦୩ଜେ ୬୫୭୬କୁ ଜବତ କରିଥିଲେ। ଟ୍ରାକ୍ଟରରେ ୩୦ ଖଣ୍ଡ ଶାଗୁଆନ ଗଣ୍ଡି ବୋଝେଇ ହୋଇଥିଲା। କ୍ଷୀର ମେହେର ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଲାଠୋର ଥାନାରେ ଏକ ଏତଲା ଦେଇଥିବା ରେଞ୍ଜର ପ୍ରକାଶ କରିଛନ୍ତି। ଏନେଇ ଲାଠୋର ବନାଞ୍ଚଳ ଓଆର କେସ ନଂ ୭୫/୨୦୨୦-୨୧ ୟୁ/ଏସ ୫୬ ରେ ବନବିଭାଗର ଅନୁମତି ନନେଇ ଗଛ ବିକ୍ରୟ କରିଥିବା ମଧୁବନ ଖର୍ସେଲ ଏବଂ ଗଛକୁ ଚାଲାନ କରୁଥିବା କ୍ଷୀର ମେହେରଙ୍କ ନାମରେ ମାମଲା ରୁଜୁ କରି ଉଭୟଙ୍କୁ ଖୋଜା ଚାଲିଛି ବୋଲି ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories