www.samajalive.in
Saturday, December 13, 2025
21.1 C
Bhubaneswar

ବଲାଙ୍ଗୀରରେ ୧୨ କରୋନା ଆକ୍ରାନ୍ତ ଚିହ୍ନଟ, ଠିକାଦାରପଡା କରୋନା ଆକ୍ରାନ୍ତଙ୍କ ଘର ଥିବା ଗଳି ସିଲ୍ କଲା ପ୍ରଶାସନ

ବଲାଙ୍ଗୀର : ବଲାଙ୍ଗୀରରେ ପୁଣି ୧୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସହର ମଧ୍ୟରେ ୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ହାତୀଶାଲପଡା, ଲାଲଟିକ୍ରା ଅଞ୍ଚଳରୁ ଏକାଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହି ତାଳିକାରେ ଏବେ ଠିକାଦାରପଡା ଯୋଡି ହୋଇଛି। ଅନ୍ୟପକ୍ଷରେ ଗୁଡଭେଲା, ଟିଟିଲାଗଡ ଓ ଲୋଇସିଂହା ବ୍ଲକରୁ ଅନ୍ୟ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ ଶୁକ୍ରବାର ବଲାଙ୍ଗିର ଜିଲାରେ ୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ସହର ଠିକାଦାରପଡାରୁ ପାଞ୍ଚଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଲାଲଟିକ୍ରାପଡାରୁ ୩ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ବ୍ରାହ୍ମଣପଡାରୁ ଜଣେ ରୋଗୀ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ପୂର୍ବରୁ ଲାଲଟିକ୍ରାରେ ତିନି ଜଣ ରୋଗୀ ଚିହ୍ନଟ ହୋଇଥିଲେ। ସହରରେ ଗୋଷ୍ଠୀ ସଂକ୍ରମଣକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ କଟକଣା କୁ କଠୋର କରାଯାଇଛି। ଠିକାଦାରପଡାର ଏକ ଗଳିକୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଠିକାଦାରପଡା ଛକ ରୁ ବରପାଲିପଡା ରାସ୍ତାକୁ ବଫର ଜୋନ ଘୋଷଣା କରି ସିଲ କରାଯାଇଛି। ଅନ୍ୟପକ୍ଷରେ ଲୋଇସିଂହା ବ୍ଲକ କନ୍ଦାଯୁରୀ ଗାଁରେ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି।

- Advertisement -

ଗତ କିଛି ଦିନ ତଲେ ରୋଗୀ ଜଣକ କଟକ ଆଚାର୍ଯ୍ୟ ହରିହର କ୍ୟାନସର ଡାକ୍ତରଖାନାରୁ ଫେରିଥିଲେ। ରୋଗୀ ଗାଁରେ ଅନେକ ଲୋକଙ୍କ ସଂସ୍ପର୍ଷରେ ଆସିଥିବା ଆଲୋଚନା ହେଉଛି। ତେବେ ପୂର୍ବରୁ ଏହି ଗାଁରେ କୈାଣସି ରୋଗୀ ଚିହ୍ନଟ ହୋଇନଥିଲେ। ତେବେ ତାଙ୍କ ସଂସ୍ପର୍ଷରେ ଆସିଥିବା ପରିବାର ଲୋକ ଓ ଗାଁ ଲୋକଙ୍କ ସ୍ୱାବ ପରୀକ୍ଷା କରାଯିବ ବୋଲି ସୂଚନା ମିଲିଛି। ପ୍ରଥମ ପର୍ଯ୍ୟାୟରେ ସିଧାସଳଖ ସଂସ୍ପର୍ଷରେ ଆସିଥିବା ୫୨ ଜଣଙ୍କ ପରୀକ୍ଷା ହେବ ବୋଲି ଜଣାପଡିଛି। ସେହିପରି ଟିଟିଲାଗଡ ଏଫସିଆଇ ର ଜଣେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ ରୋଗୀ ଗୁଡଭେଲା ବ୍ଲକ ତେନ୍ତୁଲିଖୁଣ୍ଟିର ଚିହ୍ନଟ ହୋଇଛନ୍ତି। ଗୁଡଭେଲାର ରୋଗୀ ଜଣକ ଏମ୍ସ ଡାକ୍ତରଖାନାରୁ ଗତ କିଛି ଦିନ ପୂର୍ବରୁ ଫେରିଥିଲେ ବୋଲି ସୂଚନା ରହିଛି। ଶୁକ୍ରବାର ସୁଦ୍ଧା ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ୨୬୦ରେ ପହଞ୍ଚିଥିବା ବେଳେ ୯୩ ଜଣ ଚିକିତ୍ସିତ ହେଉଛନ୍ତି ଓ ୧୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories