www.samajalive.in
Wednesday, December 10, 2025
16.1 C
Bhubaneswar

ଆୟୁଷ୍ମାନ୍‌ଙ୍କ ଖୁସି

୩ ମାସର ଲମ୍ବା ବ୍ୟବଧାନ ପରେ ଆୟୁଷ୍ମାନ୍ ଖୁରାନା ଇତିମଧ୍ୟରେ ଚଣ୍ଡିଗଡ଼ ଯାଇ ଏକ ବିଜ୍ଞାପନର ସୁଟିଂ ଶେଷ କରିଛନ୍ତି। ଚଣ୍ଡିଗଡ଼ରେ ରହୁଥିବା ବାପା-ମା’ଙ୍କ ସହ ମଧ୍ୟ କିଛିଦିନ ଅତିବାହିତ କରିବେ ବୋଲି ସ୍ପଷ୍ଟ କରିଛନ୍ତି। କାମକୁ ପୁଣି ଫେରିବାର ଖୁସିକୁ ସେ ଭାଷାରେ ବ୍ୟକ୍ତ କରିପାରୁନାହାନ୍ତି। ଏକ ନାମୀ କମ୍ପାନୀର ବିଜ୍ଞାପନ ସୁଟିଂ ପାଇଁ ଆୟୁଷ୍ମାନ୍ ଚଣ୍ଡିଗଡ଼ରେ ୮ଘଣ୍ଟାର ସୁଟିଂ କରିଥିଲେ। କରୋନା ଭାଇରସ୍‌ ସମୟର ଅନୁଭୂତି ବାବଦରେ ସେ କହିଛନ୍ତି, ପ୍ରଥମଥର ଏକ ବିଜ୍ଞାପନ ସୁଟିଂରେ ସେ ମାତ୍ର ୧୮ଜଣ କ୍ରୁ ମେମ୍ବରଙ୍କ ସହ କାମ ଶେଷ କରିଛନ୍ତି। ଗୋଟିଏ ବିଜ୍ଞାପନ ସୁଟିଂ ପାଇଁ ସେଟ୍‌ରେ ଅତିକମ୍‌ରେ ୧୦୦ଜଣ ଲୋକ ରହିଥାନ୍ତି। ଏବେ କିନ୍ତୁ ଲୋକେ ସତର୍କ, ଏଣୁ କମ୍ ସହଯୋଗୀଙ୍କୁ ନେଇ କାମ କରୁଛନ୍ତି। ତେବେ କରୋନା ଭୟାବହତା କାରଣରୁ ସଂଖ୍ୟାଧିକ ଲୋକ କାମ ମଧ୍ୟ ହରାଇଛନ୍ତି। ଜୀବନଯାତ୍ରା ପୁଣି ଯେ ସ୍ବାଭାବିକ ହେବ, ଏ କଥା ଏବେ ଚ୍ୟାଲେଞ୍ଜ୍‌ ଭଳି ଲାଗୁଛି ବୋଲି କହିଛନ୍ତି ଅଭିନେତା ଆୟୁଷ୍ମାନ୍।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories